ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା: ଧୋଇଗଲା ଧାନତଳି

ହାଟଡିହି ,  (ଇମିସ) : ହାଟଡିହି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଲାଗି ରହିଵା ଫଳରେ ଆଜି ସବୁଆଡେ କିଆରୀ କିଆରୀ ପାଣି ହୋଇଯାଇଛି। ଗତକାଲି ସୁଦ୍ଧା ବିଲ ମାନଙ୍କରେ ପାଣି ନଥିବା ବେଳେ ଚାଷୀମାନେ ଧାନ ତଳି ପକାଇବା ପାଇଁ ବିହନ ବିଛାଇଥିଲେ। କିନ୍ତୁ ଆଜି ଦିନ ତମାମ ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ସମଗ୍ର ଅଞ୍ଚଳରେ କିଆରୀ କିଆରୀ ପାଣି ଠିଆ ହୋଇଛି। ଫଳରେ ଧାନ ତଳି ସବୁ ଧୋଇ ଯାଇଥିବା ଚାଷୀ ମାନେ କହଛନ୍ତି। ପୂର୍ବରୁ ଯେଉଁ ମାନେ ଧାନ ତଳି ପକାଇଥିଲେ ତାହା ପଚି ଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେହପରି ଆଜି ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷା ଲାଗି ରହିବା ଦ୍ୱାରା ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା। ସାଧାରଣ ଲୋକେ ଘରୁ ବାହାରକୁ ବାହାରି ପାରି ନଥିବା ବେଳେ ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନ  ବର୍ଷା ପାଇଁ  ବନ୍ଦ ଥିବା ଦେଖିବାକୁ ମିଳିଥିଲା। ଏହି ବର୍ଷା ଦ୍ୱାରା ଶୁଖିଲା ପଡ଼ିଥିବା ପୋଖରୀ ଓ ନାଳ ଗୁଡିକ ପାଣିରେ ଭରପୁର ହୋଇ ପଡ଼ିଥିବା ବେଳେ ଅନେକ ରାସ୍ତାରେ ପାଣି ଲହଡି ମାରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ