ଜିଲ୍ଲା ସ୍ତରୀୟ ଛାତ୍ର ସମାବେଶ ପାଇଁ ବିଜେପି ଯୁବ ମୋର୍ଚ୍ଚାର ପ୍ରସ୍ତୁତି ବୈଠକ
ବାଲେଶ୍ବର(ସରୋଜ ପଣ୍ଡା): ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ରେ ବାଲେଶ୍ୱର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହେବାକୁ ଥିବା ଛାତ୍ର ସମାବେଶ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ ଙ୍କ ଅ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା,ପୁର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ଜିଲ୍ଲା ସଭାପତି ତଥା ସାଙ୍ଗଠନିକ ଜିଲ୍ଲା ବାଲେଶ୍ୱର ଉତ୍ତରର ପ୍ରଭାରୀ ଉମାକାନ୍ତ ମହାପାତ୍ର, ଓଡ଼ଶା ସଦର ବିଧାୟକ ମାନସ ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ରାଜ୍ୟ ଉପ ସଭାପତି ସିପ୍ରା ବାଜପେୟୀ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଚନ୍ଦ୍ର ଶେଖର ନନ୍ଦ, ଉପ ସଭାପତି ଗୌରାଙ୍ଗ ଚରଣ ଦାସ,ବିଜୟ ସାହୁ, ସମ୍ପାଦକ ରାଜେଶ ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା କୋଷାଧକ୍ଷ ମୋହିତ ପୋଦ୍ଦାର ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସହ ସଂଯୋଜକ ରଣଜିତ୍ ପୃଷ୍ଟି, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଶଶି କାନ୍ତ ମିଶ୍ର,କାର୍ଯ୍ୟ କାରିଣୀ ସଦସ୍ୟ ଦେବାଶିଷ ଆଚାର୍ଯ୍ଯ ଙ୍କ ସମେତ କ୍ରିଷ୍ଣା ଶାହା, କାର୍ତ୍ତିକ ଗିରି, ଉମାକାନ୍ତ ପଣ୍ଡା, ଅଜିତ୍ ପାଢ଼ୀ, ନିଗମାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ଆସନ୍ତା କାଲି ୦୬ ଜୁଲାଇ ସୋମବାରରେ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ଏହି ଛାତ୍ର ସମାବେଶ କୁ କିପରି ସଫଳ କରାଯିବ ସେ ବିଷୟ ରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଆଲୋଚନା କରିବା ସହ , ସମସ୍ତ ଦାୟିତ୍ୱ ବଣ୍ଟନ କରିଥିଲେ, ତେବେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରର ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା (ESI) ବିଭାଗର ରାଜ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ସାଂସଦ ସୂଚନା ଦେଇଥିଲେ ।


