ଶିବନାରାୟଣ ପୁର ଗ୍ରାମରେ ଅଦିନିଆ ବନ୍ୟା: ପରିସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଅଧିକାରୀ ଓ ବିଜେପି ନେତା

ହାଟଡିହି (ଓ୍ବାଇଏନଏସ): ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନ ଜୀବନ।  ହାଟଡିହି ବ୍ଲକର ଶିବନାରାୟଣପୁର ଗାଁରେ ୫ଶହ ରୁ ଉର୍ଦ୍ଧ ପରିବାର ପ୍ରଭାବିତ ହୋଇଛନ୍ତି । ବଉଳା ପାହାଡ଼ ପାଣି ଆସି ଗାଁର ପ୍ରତ୍ୟେକ ଘରେ ପଶିବାରୁ  ଗ୍ରାମବାସୀ ହତାଶ ହୋଇ ପଡିଛନ୍ତି। ପ୍ରଥମ ଥର ଗାଁରେ ଏପରି ପାଣି ପଶିଥିବାରୁ ଗାଁ ଲୋକେ ଭୟଭିତ ହୋଇ ପଡ଼ିଥିଲେ। ସେହିପରି ବିଦ୍ୟାଳୟ ପରିସରରେ ଆଣ୍ଠୁଏ ଲେଖାଏଁ ପାଣି ହୋଇଥିବାରୁ ଆଜି ସ୍କୁଲ ହୋଇ ପାରିନି । ଏହି ଗାଁଟି ପରିବା ଚାଷ ପାଇଁ ସାରା ରାଜ୍ୟରେ ପରିଚିତ ଥିବା ବେଳେ ଏବେ ସେମାନଙ୍କ ଚାଷ ପାଣିରେ ବୁଡିଯିବାରୁ ପରିବାର କିଭଳି ଚଳିବ ସେ ଚିନ୍ତାରେ ପଡିଛନ୍ତି ଚାଷୀ। ଶନିବାର ରାତିରୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ଦ୍ୱାରା ପାହାଡ଼ ପାଣି ଆସି ଗାଁକୁ ସମ୍ପୂର୍ଣ୍ଣ ଘେରି ଯାଇଥିଲା। ଏପରିକି ଗାଁର ଶହ ଶହ ଏକର ଚାଷ ଜମି ପାଣିରେ ସମ୍ପୂର୍ଣ୍ଣ ବୁଡିଯିବା ସହିତ ଗାଁ ଭିତରକୁ ପାଣି ପଶିଥିଲା। ଗାଁର ମୁଖ୍ୟ ରାସ୍ତାଦେଇ ୨/୩ ଫୁଟ ଉଚ୍ଚାର ପାଣି ପ୍ରବାହିତ ହେବା ସହ ଆଜି ଦିନ ଗୋଟାଏ ପର୍ଯ୍ୟନ୍ତ ପାଣି ବଢ଼ି ବଢ଼ି ଚାଲିଥିଲା। ବିଶେଷ କରି ବଉଳା ପାହାଡ଼ରୁ ଆସୁଥିବା ପାଣି ନିଷ୍କାସନର ବାଟ ବନ୍ଦ ହୋଇ ଯାଇ ଥିବାରୁ ପାଁଇସବୁ ଅନେକ ଲୋକଙ୍କ ଘରେ ପଶିଥିଲା। ଫଳରେ ସୁବାସ ଗିରି, ସରଙ୍ଗାଧର ବେହେରା, ଟୁନା ଗିରି, ସାଗର ସାହୁ, ପ୍ରଦ୍ୟୁମ୍ନ ମହାନ୍ତି, ଅଭିନ ଘଡ଼େଇ, ସୁରେନ୍ଦ୍ର ପାତ୍ର, ଜୟନ୍ତୀ ଖଣ୍ଡା, ଗଣେଶ ଗିରି, ଅଭିମନ୍ୟୁ ଘଡେଇ, କାଠିଆ ମହାନ୍ତି, ଜିତେନ୍ଦ୍ର ମିଶ୍ର, ଯୁଧିଷ୍ଠିର ମିଶ୍ର, ଅନାମ ଖଣ୍ଡାଙ୍କ ସମେତ ୩୦ରୁ ଉର୍ଦ୍ଧ ପରିବାର ପାଣି ଘେରରେ ରହିଛନ୍ତି। ଖବର ପାଇ ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ, ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ପରେ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କୁ ଅବଗତ କରାଇବା ପରେ ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ, ବିଡ଼ିଓ ରଞ୍ଜନ ପରିଡା ପ୍ରମୁଖ ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ମୁଗୁପୁର ମାଇନର କେନାଲର କଲଭଟ ଗୁଡିକ ବନ୍ଦ ହୋଇ ଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବା ପରେ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସ୍ଥୟୀ ସମାଧାନର ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ। ସରପଞ୍ଚଙ୍କ ସହଯୋଗରେ କିଛି ସ୍ଥାନକୁ ଜେସିବି ମେସିନ ସାହାଯ୍ୟରେ ଖୋଳାଇ ଜଳ ନିଷ୍କାସନ କରାଯାଇ ଥିଲା। ଏହି ବର୍ଷା ପାଣି ଦ୍ୱାରା ଗାଁ ର ଅନେକ ଚାଷୀଙ୍କ ବାଇଗଣ, ପୋଟଳ, କଲରା, କାକୁଡି ଆଦି ଚାଷ ବ୍ୟାପକ କ୍ଷତିଗ୍ରସ୍ଥ ହୋଇଛି। ଅନେକ ଲୋକ ଧାନ ତଳି ପକାଇଥିବା ବେଳେ ପାଣି ସ୍ରୋତ ଦ୍ୱାରା ତାହା ସବୁ ନଷ୍ଟ ହୋଇଯାଇ ଥିବା ନେଇ ଚାଷୀ ମାନେ ଅଭିଯୋଗ କରିଛନ୍ତି। ରାଜସ୍ବ ନିରୀକ୍ଷକ ଙ୍କ ଦ୍ୱାରା କ୍ଷୟକ୍ଷତି ଆକଳନ କରାଯିବା ପରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ରିପୋର୍ଟ ଦିଆଯିବ ବୋଲି ତହସିଲଦାର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ