ହାଇସ୍କୁଲରେ ବନ ମହୋତ୍ସବ ପାଳିତ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହଦଗଡ଼ ବନାଞ୍ଚଳ ପକ୍ଷରୁ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ୭୭ତମ ବନ ମହୋତ୍ସବ ପାଳନ କରାଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବନପାଳ ମଳୟ କୁମାର ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି, ପୂର୍ବତନ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦୀପ ସ୍ୱାଇଁ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ବନ ମହୋତ୍ସବ ପାଳନର ଆବଶ୍ୟକତା ଓ ସରକାରଙ୍କ ‘ଏକ ପେଡ ମା କେ ନାମ’ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ। ଏହି ଅଭିଯାନରେ ଶାଗୁଆନ, ଡାଳିମ୍ବ, ଲେମ୍ବୁ, ପିଜୁଳି, ବଉଳ, ଅର୍ଜୁନ, ଜାମ୍ବୁ ଓ ଅଁଳା ଆଦି ଶହେରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା। ପରିବେଶ ସୁରକ୍ଷା, ଜଙ୍ଗଲ ସମ୍ପଦର ବୃଦ୍ଧି ଓ ସବୁଜ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବନ ବିଭାଗ ସୂଚନା ଦେଇଛି। ଏହି କାର୍ଯ୍ୟକ୍ରମରେ ବନରଖି ରବୀନ୍ଦ୍ର ନାଇକ, ଗୀତିସ୍ମିତା ମହାପାତ୍ର, ବନ୍ଦିତା ଦାସ, ଫରେଷ୍ଟ ସ୍କ୍ବାର୍ଡ ରାଜୁ ଖଣ୍ଡେଇ, ପ୍ରଶାନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ଶହେ ଗଛ ଲଗାଯାଇ ଥିଲା।


