ଦେବଭୂମୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳନ
ଆସିକା (ୱାଇଏନ୍ଏସ୍) : ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶକ୍ରମେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପରିବେଶର ସୁରକ୍ଷା ଲାଗି ଆସିକା ବ୍ଳକ ଅନ୍ତର୍ଗତ ପିଏମ୍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଦେବଭୂମୀ ପରିସରରେ ଶିକ୍ଷାନୁୁଷ୍ଠାନର ଜାତୀୟ ସବୁଜ ବାହିନୀ (ଇକୋ କ୍ଳବ) ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ସହଯୋଗରେ ଏକ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିଏମ୍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଦେବଭୂମୀର ଇକୋ କ୍ଳବ୍ର ସଂଯୋଜିକା ତଥା ଶିକ୍ଷୟିତ୍ରୀ ଗାୟତ୍ରୀ ବିଶ୍ୱାଳ ଏବଂ ଜାତୀୟ ସମର୍ଥ ଶିକ୍ଷାର୍ଥୀ ବାହିନୀର ସହଯୋଗୀ ଏନ୍ସିସି ଅଧିକାରୀ (ଏଏନ୍ଓ) ଶିକ୍ଷକ ଅନୁପ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଥିବା ଏହି ମେଗା ଚାରାରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ସହକାରୀ ଶିକ୍ଷକ ଲବ ସେଠୀ, ରଂଜିତା ବେହେରା, କବିତା ସାମନ୍ତରାୟ, ଶିବାନୀ ସେଠୀ, ଉଦୟ ମାଝୀ, ରବିନ୍ଦ୍ର ନାୟକ, ସୂର୍ଯ୍ୟନାରାୟଣ ବେହେରା, ସଂଘମିତ୍ରା ପାଢୀ, କବିତା ଚୌଧୁୁରୀ, ସଂଯୁକ୍ତା ବେହେରା, ଗୋପୀନାଥ ପାଢୀ, ପ୍ରଶାନ୍ତ ନାୟକ ପ୍ରମୁଖ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ପରିବେଶ ସନ୍ତୁଳନର ରକ୍ଷା ପାଇଁ ଚାରାରୋପଣର ଆବଶ୍ୟକତା ଉପରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ମାର୍ଗଦର୍ଶନ କରିବା ସାଙ୍ଗକୁ ଗଛ ଲଗାଇ ସବୁଜ ପରିବେଶ ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ପିଏମ୍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଦେବଭୂମୀର ପରିବେଶକୁ ସବୁଜ ବନାନୀରେ ପରିଣତ କରିବା ନିମନ୍ତେ କରଂଜ, କଦମ୍ବ, ନୀଳଗିରି, ବାଦାମ୍, କୃଷ୍ଣଚୁଡା, ଅଁଳା, ଆକାଶିଆ, ନିମ୍ବ ସମେତ ବିଭିନ୍ନ କିସମର ଔଷଧିୟ ଓ ଛାୟା ପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା ବେଳେ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରା ରୋପଣ କରି ସେଗୁଡିକ ଯେପରି ବଞ୍ଚି ରହିପାରିବ ସେ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଥିବା ଦେଖିବାକୁ ମିଳିଥିଲା । ପିଏମ୍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଦେବଭୂମୀ ପରିସରରେ ଅନୁଷ୍ଠିତ ମେଗା ଚାରାରୋପଣ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଗାଣ୍ଡୁ ସ୍ୱାଇଁ, ନାରାୟଣ ପାତ୍ର, ଗୌରୀ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ, ସଚେତନ ନାଗରିକ, ପରିବେଶବିତ୍, ଗ୍ରାମବାସୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା। ପିଏମ୍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଦେବଭୂମୀର ଏନ୍ସିସି ଅଫିସର ଶିକ୍ଷକ ଅନୁପ୍ କୁମାର ନାୟକ ଏବଂ ଇକୋ କ୍ଳବ୍ର ସଂଯୋଜିକା ଶିକ୍ଷୟିତ୍ରୀ ଗାୟତ୍ରୀ ବିଶ୍ୱାଳ ଏହି ମେଗା ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବନ ମହୋତ୍ସବ ପାଳନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଆଭିମୁଖ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ କିପରି ମାନବ ସମାଜ ପାଇଁ ଅପରିହାର୍ଯ୍ୟ ତାହାରି ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରି ପରିବେଶ ନଷ୍ଟ ଯୋଗୁଁ ଜଳବାୟୁ ପରିବର୍ତ୍ତନ ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଘଟିବାରେ ଲାଗିଛି, ତେଣୁ ବହୁଳ ଭାବରେ ବୃକ୍ଷରୋପଣ କରି ପରିବେଶର ସନ୍ତୁଳନ ରକ୍ଷା କରିବା, ସବୁଜ ବଳୟ ବୃଦ୍ଧି କରିବା, ମୃତ୍ତିକା କ୍ଷୟ ରୋକିବା ଉପରେ ସମସ୍ତେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


