ଆର୍ଯ୍ୟପଲ୍ଲୀ ଆଧୁନିକ ମତ୍ସ୍ୟ ବନ୍ଦର ତୁରନ୍ତ ପ୍ରତିଷ୍ଠା ନିମନ୍ତେ ଦାବି ପତ୍ର

ଛତ୍ରପୁର, (ଓ୍ବାଇଏନଏସ):ବହୁ ପ୍ରତୀକ୍ଷିତ ଆର୍ଯ୍ୟପଲ୍ଲୀ ଆଧୁନିକ ମତ୍ସ୍ୟ ବନ୍ଦର ତୁରନ୍ତ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ମତ୍ସ୍ୟ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ସହିତ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ନେତାଙ୍କ ଆଲୋଚନା ହୋଇଛି l ଏହାସହ ଏ ସଂକ୍ରାନ୍ତରେ ଛତ୍ରପୁର ବିଧାୟକ ଶ୍ରୀ ନାୟକଙ୍କ ପକ୍ଷରୁ ଏକ ପତ୍ର ମଧ୍ୟ କେନ୍ଦ୍ର ମତ୍ସ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି l    ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସ୍ଥିତ ଆର୍ଯ୍ୟପଲ୍ଲୀ ଠାରେ ଆଧୁନିକ ଧରଣର ଏକ ମାଛଧରା ବନ୍ଦର ପ୍ରତିଷ୍ଠା ହେଲେ  ମାର୍କଣ୍ଡୀ ଠାରୁ ପୋଡମପେଟା ପର୍ଯ୍ୟନ୍ତ ୨୭ ଖଣ୍ଡ ଗାଁର ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀମାନେ ସେମାନଙ୍କ ଜୀବିକା ନିର୍ବାହ କରିବାରେ ଅତ୍ୟନ୍ତ ସହାୟକ ହୋଇପାରିବେ । ଏଠାରେ ବନ୍ଦର ହେଲେ ମତ୍ସ୍ୟଜୀବୀମାନଙ୍କ ମାଛକୁ ଅତି ସହଜରେ ବାହାର ରାଜ୍ୟ ତଥା ଦେଶକୁ ପରିବହନ ହୋଇପାରିବ । ଏହାସହ ଶୀତଳ ଭଣ୍ଡାର ଏବଂ ଶୁଖୁଆ ପ୍ରକ୍ରିୟାକରଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରିବେ ।   ସ୍ଥାନୀୟ ଅଂଚଳର ମତ୍ସ୍ୟଜୀବୀମାନେ ଆଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ ବୋଲି ବିଧାୟକ କେନ୍ଦ୍ର ମତ୍ସ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ l ଆଜି ଭୁବନେଶ୍ୱର ଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶା ସରକାରଙ୍କ ମନ୍ତ୍ରୀ ରବି ନାଇକ ଏବଂ ଗୋକୁଳାନନ୍ଦ ମଲ୍ଲିକ ଙ୍କ ଉପସ୍ଥିତରେ ଛତ୍ରପୁର ବିଧାୟକ ଶ୍ରୀ ନାୟକ କେନ୍ଦ୍ର ମତ୍ସ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି l ଏହି ଆଲୋଚନା ବେଳେ ଓଡିଶା ପାରମ୍ପରିକ ମତ୍ସ୍ୟ ୟୁନିଅନର ସାଧାରଣ ସମ୍ପାଦକ କେ.ଏଲେୟା, ମତ୍ସ୍ୟଜୀବୀ ନେତା ତଥା କଣମଣା ମଣ୍ଡଳ ସଭାପତି ଏନ. ଦୀନବନ୍ଧୁ, ପି. ରାମବାବୁ ଓ କେ. ଦାଶରଥି ପ୍ରମୁଖ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ