ଦାଦନ ହଟାଅ ଶିମିଳିପାଳ ବଞ୍ଚାଅ ଅଭିଯାନ

ରାଇରଙ୍ଗପୁର,(ୱାଇ ଏନ ଏସ):ରତ୍ନଗର୍ଭା ଶିମିଳିପାଳର ସମ୍ପୂର୍ଣ ସୁରକ୍ଷା ସହ ପର୍ଯ୍ୟଟନ ଶିଳ୍ପ ଓ ପ୍ରାକ୍ରୁତିକ ସମ୍ପଦ ମାଧ୍ୟମରେ ମୟୂରଭଞ୍ଜ ବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ଜିଲ୍ଳାରୁ ଦାଦନ ସମସ୍ୟା ର ଦୂରୀକରଣ କରାଯିବା ଲକ୍ଷ୍ୟ ନେଇ ଜିଲ୍ଳା ବାସୀଙ୍କ ମଧ୍ୟରେ ଜନସଚେତନତା ସ୍ରୁଷ୍ଟି କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଇବା ନିମନ୍ତେ ଦାଦନ ହଟିବ ମୟୂରଭଞ୍ଜ ହସିବ ସ୍ଳୋଗାନ ନେଇ ଚଳିତ ମାସ ଜୁନ୍ ୧୭ ତାରିଖରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ତମାମ୍(ସମସ୍ତ ବ୍ଲକ୍/ମ୍ୟୁନିସିପାଲ୍ଟି/ଏନଏସି)ପର୍ଯ୍ୟାୟକ୍ରମେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ବାନ୍ କ୍ରମେ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଖିଚିଂ ସ୍ଥିତ ମା କିଚକେଶ୍ବରୀ ଦେବୀ ଙ୍କର ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ସାରିଥିବା ସ୍ଥଳେ ,ଆଜି ଜୁଲାଇ ମାସ ୦୮ ତାରିଖ ବୁଧବାର ରାଇରଙ୍ଗପୁର ମ୍ୟୁନିସିପାଲ୍ଟି ବଜାର ଠାରେ ଭଞ୍ଜସେନାର ବାମନଘାଟି ସଭାପତି ସୁନ୍ଦର ମୋହନ ଟୁଡୁ ଙ୍କର ନେତ୍ରୁତ୍ବ ରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି, ମଶାଲ ଶୋଭାଯାତ୍ରାରେ ଜିଲ୍ଲା କର୍ଯ୍ୟକାରୀ ସଭାପତି ଇଂ ରମଜାନ୍ ବେଗ, ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ, ଗୋବିନ୍ଦ ମୁର୍ମୁ , ଶ୍ରୀରାମ ମୁର୍ମୁ, ସାର୍ଖୁ ମୁର୍ମୁ,କୁଆଁର ମୁର୍ମୁ, ସିପଲ୍ ହାସଦା,ରାମ ମୁର୍ମୁ, ସାଇବା ହାସଦା, ଡୁମୁକା ମୂର୍ମୁ, ସାଉଁନା ବାସ୍କେ, ବୁଧୁରାମ ହେମ୍ବ୍ରମ, ସାଗୁନ ବାସ୍କେ, ନାରାୟଣ ସୋରେନ, ମଧୁ ସୁଦନ ହେମ୍ବ୍ରମ,ଚନ୍ଦନ ବସ୍କେ, ରାଜା ହାସଦା, ସଞ୍ଜୟ ମାଝୀ, ଗୋବିନ୍ଦ ସୋରେନ ପ୍ରମୁଖଙ୍କ ସହିତ ସଂଗଠନର ଶତାଧିକ ଯୁବ ଛାତ୍ର ସଂଗଠକ ସାମିଲ ହୋଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ