ଗୁଣପୁର ସହରରେ ସିସି କ୍ୟାମେରା କାର୍ଯ୍ୟକ୍ଷମ କରିବାକୁ ବିଜେପିର ଦାବି

ଗୁଣପୁର,(ୱାଇଏନଏସ): ଦୀର୍ଘ ମାସ ହେଲା ଅଚଳ ହୋଇପଡିଥିବା ଗୁଣପୁର ପୋୖରାଞ୍ଚଳର ସିସି କ୍ୟାମେରା ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଦିନକୁ ଦିନ ସହରରେ ଚୋରିହାରି ଅସାମାଜିକ , ଆପରାଧିକ ଗତିବିଧ‌ି ବୃଦ୍ଧି ପାଉଥିବାରୁ ସିସି କ୍ୟାମେରା ନିହାତି ଆବଶ୍ୟକ ପଡୁଛି ବୋଲି ବିଜେପି ଜାତୀୟ ରାଷ୍ଟ୍ରୀୟ ସଦସ୍ୟ ୟାଇ ଗଣପତି ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧୁବାର ଦିନ ଗୁଣପୁର ଉପଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲ୍ଲୀପଙ୍କୁ ଭେଟି ପୋୖରାଞ୍ଚଳର ସିସି କ୍ୟାମେରା ଓ ଅନ୍ୟାନ୍ୟ ସମସ୍ୟା ଉପରେ ଟିକିନିଖି ଆଲୋଚନା କରିଥିଲେ। ଏହି ସମ୍ପର୍କରେ ଉପଜିଲ୍ଲାପାଳ ଓ ପୋୖର ନିର୍ବାହୀ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି ତୁରନ୍ତ ସିସି କ୍ୟାମେରା ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଥିଲେ। ଏହାକୁ ଗୁରୁତ୍ବର ସହ ଗ୍ରହଣ କରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ଅଭିଷେକ ଦିଲ୍ଲୀପ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଲୋଚନା ସମୟରେ ବରିଷ୍ଠ ବିଜେପି ନେତା ରବି ଶଙ୍କର ଗମାଙ୍ଗ, ଅମର କୁମାର ସାହୁ, ସତ୍ୟ ସୁନ୍ଦର କର, ମୁଖୀ ଦିବାକର, ପୃଥିରାଜ ପାଢ଼ୀ,ଶ୍ରୀନିବାସ ସ୍ବାଇଁ, ପ୍ରଦୀପ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଅଢେଇ ବର୍ଷ ପୂର୍ବେ ୪୬ ଲକ୍ଷ ଟଙ୍କା ବ୍ୟୟରେ ଲଗାଇ ଅଚଳ ପଡିଥିବା ସିସି କ୍ୟାମେରା ପ୍ରକଳ୍ପର ସମସ୍ତ ବିବରଣୀ ସୂଚନା ଅଧିକାର ଆଇନ ଆଧାରରେ ପ୍ରଦାନ ପାଇଁ ବିଜେପି ରାଷ୍ଟ୍ରୀୟ ସଦସ୍ୟ ଶ୍ରୀ ଗଣପତି ନିର୍ବାହୀ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସୂଚନାଯୋଗ୍ୟ ଗତ ୨୦୨୩ ଅଗଷ୍ଟ ୧୫ ରେ ସହରର ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ଗୁଣପୁର ପୋୖରାଞ୍ଚଳରେ ୪୬ ଲକ୍ଷ ଟଙ୍କା ବ୍ୟୟରେ ୫୭ ଟି କ୍ୟାମେରା ଲାଗିଥିଲା। ପ୍ରାୟ ସମସ୍ତ କ୍ୟାମେରା ଓ ଆନୁସାଙ୍ଗିକ ଜିନିଷ ନିମ୍ନ ମାନର ହୋଇଥିବାରୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିଲା। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୋୖର କତ୍ତୃପକ୍ଷ ଏକାକୁ ସଜାଡ଼ିବା ପାଇଁ ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ଯାହାଫଳରେ ଗୁଣପୁର ସହରରେ ଚୋରିହାରି ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ନେଇ ବିଜେପି ନେତା ମାନେ ଉଦବେଗ ପ୍ରକାଶ କରି ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସହରରେ ଚୋରି, ଅପରାଧ ଓ ଅସାମାଜିକ କାର୍ଯ୍ୟ କଳାପ ନିୟନ୍ତ୍ରଣ ନିମନ୍ତେ ସହରର ମୁଖ୍ୟ ପ୍ରବେଶ ଓ ପ୍ରସ୍ଥାନ ପଥ ସହିତ ବିକ୍ରମପୁର ଛକ, ସୌରା ପ୍ରଧାନୀଗୁଡା ଛକ, ପୁରୁଣା ଗୁଣପୁର ଜଗନ୍ନାଥ ମନ୍ଦିର ଛକ, ତ୍ରିନାଥ ମନ୍ଦିର ଛକ, ବଡ଼ ବଜାର ଛକ , କଟିକା ସାହି ଛକ, ମାଠିଆ ସାହି ଛକ, ଦୈନିକ ବଜାର ଛକ, ପୁରୁଣା ବସଷ୍ଟାଣ୍ଡ ଛକ, ଗ୍ରାମ ଦେବୀ ମନ୍ଦିର,ପୁରୁଣା ଷ୍ଟେଟ ବ୍ୟାଙ୍କ ସାହି ଛକ,ହଳଦିଆ ନାଳ ଛକ, ମେଡିକାଲ୍ ଛକ, ବାଇପାସ ଛକ, କୋର୍ଟ ଓ ଉପଜିଲ୍ଲାପାଳ କାର୍ଯ୍ୟଳୟ ଛକ, ଥାନା ଛକ, ଗୁଣପୁର କଲେଜ ଛକ , ପ୍ରମୁଖ ବ୍ୟାଙ୍କ ଗୁଡିକ ଓ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ୩୬୦ ଡିଗ୍ରି ଫଟୋ ଉତ୍ତୋଳନ ଓ ଗାଡି ଗୁଡିକର ନମ୍ବର ପ୍ଲେଟ ସ୍କାନ କରିପାରୁଥିବା ଦିବାରାତ୍ରକାଳୀନ ଅତ୍ୟାଧୁନିକ ଏଚ୍‌ଡି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ