ଶିକ୍ଷକ ହିମାଂଶୁ ମହାନ୍ତିଙ୍କୁ ପ୍ରକୃତି ବନ୍ଧୁ
ନାଉଗାଁ , (ପ୍ରଦୋଷ ମହାନ୍ତି): ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ନାଉଗାଁ ବ୍ଲକ୍ ସ୍ଥିତ ଜଳେଶ୍ଵର ପଡା ଗ୍ରାମର ପରିବେଶ ପ୍ରେମୀ ତଥା ଶିକ୍ଷକ ହିମାଂଶୁ କୁମାର ମହାନ୍ତିଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି । ୭୭ତମ ବନମହୋତ୍ସବ ସପ୍ତାହରେ ଜିଲ୍ଲା ଜୁନିଅର ରେଡ୍ କ୍ରସ ଆନୁକୂଲ୍ୟରେ ଶ୍ରୀକୃଷ୍ଣ ଏକାଡେମୀ, ଜଗତସିଂହପୁର ଠାରେ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବକ୍ତା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ସୁଶାନ୍ତ ମହାନ୍ତି, ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ବିଶିଷ୍ଟ ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି, ବନ ସଂରକ୍ଷଣ ସହକାରୀ ନିର୍ଦ୍ଦେଶିକା ମୋନାଲିସା ହୋତା, ବନପାଳ ପିତବାସ ମହାପାତ୍ର, ଡଃ ବାସନ୍ତୀ ପାଲ୍, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ, ବ୍ଲକ୍ ଶିକ୍ଷାଧିକାରୀ ସୂର୍ଯ୍ୟ ରଞ୍ଜନ ଦାସ, ବ୍ଲକ୍ ଶିକ୍ଷାଧିକାରିଣୀ ମଧୁସ୍ମିତା ପତି ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷାକୁ ନେଇ ଅନେକ ତଥ୍ୟ ରଖିଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ରୀତା ମିଶ୍ର ଧନ୍ୟବାଦ ଦେଇଥିଲେ ।


