ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ବିମା ରାଶୀ ପ୍ରଦାନ

ଛତ୍ରପୁର,(ଓ୍ବାଇଏନଏସ):  ଛତ୍ରପୁର ସ୍ଥିତ ପୁଲିସ ପଡିଆ ପରିସରରେ ଗଞ୍ଜାମ ଏସପି ହରିଶ ବିସି ଜଣେ ମୃତ ପୋଲିସ କର୍ମଚାରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ବିମା ରାଶୀ ପ୍ରଦାନ କରିଛନ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ମୃତ ପୋଲିସ କର୍ମଚାରୀ ସ୍ୱର୍ଗତ ସଞ୍ଜିତ କୁମାର ସ୍ୱାଇଁ ଙ୍କ ସ୍ତ୍ରୀ ଝିଲି ସ୍ୱାଇଁକୁ ପ୍ରଦାନ କରାଯାଇଛି । ସ୍ୱର୍ଗତ ସ୍ୱାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ପୁଲିସ ଦରମା ପ୍ୟାକେଜରେ ସାମିଲ ଥିଲେ । ପୁଲିସ କର୍ମାଚରୀଙ୍କ ପାଇଁ ଭାରତୀୟ ଷ୍ଟେଟବ୍ୟାଙ୍କର ପୋଲିସ ଦରମା ପ୍ୟାକେଜ ବ୍ୟବସ୍ଥା ରହିଛି । କାର୍ଯ୍ୟକ୍ଷେତ୍ର ବେଳେ ମୃତ୍ୟୁ ହେଲେ ଏହି ସ୍ୱତନ୍ତ୍ର ପ୍ୟାକେଜରେ ବୀମା ରାଶି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯେଉଁ ପୋଲିସ କର୍ମଚାରୀଙ୍କ ସାଲେରୀ ଆକାଉଂଟ ଏସବିଆଇରେ ରହିଛି ସେମାନଙ୍କୁ ଏହି ସୁବିଧା ମିଳିଥାଏ । ସେମାନଙ୍କୁ କୈାଣସି ଅତିରିକ୍ତ ପ୍ରିମିୟମ ଦେବାକୁ ପଡିନଥାଏ । ଏହା ମାଗଣରେ ଏହି ସୁବିଧା ମିଳିଥାଏ । ଏହି ଟଙ୍କା ସ୍ୱଗର୍ତ ପରିବାରଙ୍କୁ ବିଶେଷ ସହାୟକ ହୋଇଥାଏ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହି ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ ଗଞ୍ଜାମ ଏସପି ପ୍ରଦାନ  କରିବା ବେଳେ ସ୍ୱର୍ଗତ ସ୍ୱାଇଁଙ୍କ ପରିବାର ସଦସ୍ୟ, ବ୍ୟାଙ୍କ କର୍ମଚାରୀ ଓ ପୁଲିସ କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି ସ୍ୱଗର୍ତ ସଞ୍ଜିତ କୁମାର ସ୍ୱାଇଁ ଚମାଖଣ୍ଡି ଥାନାରେ କାର୍ଯ୍ୟରତ ଥିବା ସମୟରେ ଦେହ ଅସୁସ୍ଥତା ହେତୁ ଦେହାନ୍ତ ହୋଇଥିଲା । ଯଦି କୈାଣସି ପୁଲିସ କର୍ମଚାରୀ ଦୃର୍ଘଟଣାରେ ମୃତ୍ୟୁ ବରଣ କରିବେ ତେବେ ତାଙ୍କ ପରିବାରକୁ ୧ କୋଟି ଏବଂ ବୀମାନ ଦୃର୍ଘଟଣାରେ ମୃତ୍ୟୁ ହେଲେ ୧ କୋଟି ୬୦ ଲକ୍ଷ ଟଙ୍କାର ବିମା ରାଶି ମିଳିଥାଏ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏସବିଆଇ ମୁଖ୍ୟ ପରିଚାଳକ ସ୍ୱାଗତ ପାଢୀ , ଆସିଷ୍ଟାଂଟ ମ୍ୟାନେଜର ସତ୍ୟବ୍ରତ ଦାଶ,ଦେବାଶିଷ ପରିଡା, ଜିତେନ୍ଦ୍ର କୁମାର ପଲେଇ, ବିଶ୍ୱ ନାରାୟଣ ରେଡି,ଏନ.ସୋମେଶ ରେଡି ଏବଂ ସୋରେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ