ବିଦ୍ୟାଳୟରେ ନୂତନ କମିଟି ଚୟନ

କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା): ଓସେପା କାର୍ଯ୍ୟାଳୟଙ୍କ ନିର୍ଦ୍ଦେଶକ୍ରମେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଆଗାମୀ ଦୁଇ ବର୍ଷ ନିମନ୍ତେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ସହ ଅନ୍ୟ ଦୁଇଟା ଉପ କମିଟି ଗଠନ କରାଗଲା l ସି ଆର ସି ସି ଲୋକନାଥ ପ୍ରସାଦ ପାଢ଼ୀ , ଅବସରପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ସାସମଲ, ୱାର୍ଡମେମ୍ବର ଶୈଳେନ୍ଦ୍ରି ଦାସ, ଜୟରାମ ସାହୁ, ଆଶାକର୍ମୀ ରମାରାଣୀ ସାହୁ, ଅଙ୍ଗନବାଡି କର୍ମୀ ଶୋଭାନା ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି କମିଟି ଗଠନ କରିଥିଲେ l କମିଟିର ଚୈରପେରସନ ରୂପେ ତୁଳସୀ ସାହୁ ଏବଂ ଭାଇସ ଚୈରପେରସନ ରୂପେ ବର୍ଷା ସାହୁଙ୍କୁ କମିଟିର ସଭ୍ୟ ସଭ୍ୟା ଚୟନ କରିଥିଲେ l ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା ପାତ୍ର ଦିଦି ନିର୍ବାଚିତ କମିଟି ସଦସ୍ୟଙ୍କୁ ସ୍ୱାଗତ ଜଣାଇ ଏବଂ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ