କେଏମ୍ସିର ସ୍ବାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ବିଭିନ୍ନ ହୋଟେଲରେ ଚଢ଼ାଉ
କଟକ, (ଓ୍ବାଇଏନଏସ) : କଟକରେ ବିଭିନ୍ନ ହୋଟେଲର ସିଏମ୍ସିର ଚଢ଼ାଉ । କେଏମ୍ସିର ସ୍ବାସ୍ଥ୍ୟ ବିଭାଗ ଟିମ୍ ବିଭିନ୍ନ ହୋଟେଲରେ ଚଢ଼ାଉ କରିଛନ୍ତି । ଗ୍ରାହକଙ୍କୁ ବାସୀ ଖାଦ୍ୟ ବିକ୍ରି ଅଭିଯୋଗରେ ଚଢ଼ାଉ ହୋଇଛି । ଚଢ଼ାଉବେଳେ ବିପୁଳ ପରିମାଣର ବାସୀ ଖାଦ୍ୟ ନଷ୍ଟ କରାଯାଇଛି । ଏଥିସହ ନିୟମ ଉଲ୍ଲଂଘନ କରୁଥିବା ଏବଂ ସ୍ୱଚ୍ଛତା ରକ୍ଷା କରୁନଥିବା ହୋଟେଲ ମାଲିକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।ସିଏମ୍ସି ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଲୋକଙ୍କ ଜୀବନ ସହ ଖେଳୁଥିବା ହୋଟେଲ ଗୁଡ଼ିକ ବିରୋଧରେ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ। ଯଦି ଆଗାମୀ ଦିନରେ କୌଣସି ହୋଟେଲରେ ପୁଣି ଥର ଏଭଳି ଅନିୟମିତତା ଦେଖିବାକୁ ମିଳେ, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସ୍ପଷ୍ଟ କରିଛନ୍ତି ।


