ହାଟଡିହି ବ୍ଲକରେ ପୁଣି ଭିଜିଲାନ୍ସ, ଏଥର ମିଶନ ଶକ୍ତି ବିଭାଗ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ପସି ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଖୋଳତାଡ଼ କରିଥିବା ବେଳେ ଏଥର ମିଶନ ଶକ୍ତି ବିଭାଗରେ ହୋଇଥିବା ଅନିୟମିତତା ର ତଦନ୍ତ ପାଇଁ ପଶିଥିଲା। କିନ୍ତୁ କୌଣସି ବିଭାଗୀୟ ଅଧିକାରୀଙ୍କୁ ନ ପାଇ ଫେରି ଯାଇଥିବା ଜଣା ପଡିଛି। ବିଶ୍ୱସ୍ତ ସୂତ୍ରରୁ ଜଣା ଯାଇଛି କି ମିଶନ ଶକ୍ତି ବିଭାଗ ପକ୍ଷରୁ ପୂର୍ବରୁ ଦିଆ ଯାଇଥିବା ଗ୍ରୁପ ଲୋନରେ ଅନିୟମିତତା ହୋଇଛି। ଏଥିରେ ୧୨ଲକ୍ଷର ଋଣ ଟଙ୍କା ମହିଳା ଗ୍ରୁପ ଏକାଉଣ୍ଟ କୁ ନଯାଇ ଜଣେ କର୍ମକର୍ତ୍ତା ଙ୍କ ଏକାଉଣ୍ଟକୁ ଯାଇଥିବା ଅଭିଯୋଗ ହୋଇଛି। ସେହିପରି ହାବଳେଶ୍ୱର ପଞ୍ଚାୟତ ସ୍ତରୀୟ ମହାସଂଘରୁ ଦୁଇ ଲକ୍ଷ ମେଡିକାଲ ଖର୍ଚ ଉଠା ଯାଇଛି। ୨୦୨୨ରେ ଶାଢ଼ୀ କିଣିବା ପାଇଁ ୩୦ ହଜାର ଟଙ୍କା ଉଠା ଯାଇ ହେର ଫେର କରାଯାଇଛି। ମିଶନ ଶକ୍ତି କାଫେ ପାଇଁ ବେନିୟମ ଭାବେ ୫୦ ହଜାର ୭୦୦ ଉଠାଇ ନିଆ ଯାଇଛି ବୋଲି ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିବା ଜଣା ଯାଇଛି। ଏହାର ତଦନ୍ତ ପାଇଁ କେନ୍ଦୁଝର ଭିଜିଲାନ୍ସ ବିଭାଗର ଦୁଇ ଅଧିକାରୀ ବ୍ଲକରେ ପହଞ୍ଚି ରେକର୍ଡ ପତ୍ର ଖୋଜିଥିଲେ ମଧ୍ୟ ଅଧିଜାରୀ ଙ୍କ ଅନୁପସ୍ଥିତ ଯୋଗୁଁ ଫେରି ଯାଉଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ