ମୁନିଗୁଡାରେ ଯୁବକଙ୍କ ମୃତଦେହ ଉଦ୍ଧାର ହତ୍ୟା ସନ୍ଦେହ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଗୁଡା ଭୈରବଗଡ଼ ରାସ୍ତାରେ ରବିବାର ରାତ୍ରରେ ଜଣେ ଯୁବକର ମୃତ ଦେହ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ ମୁନିଗୁଡା ଥାନା ଅନ୍ତର୍ଗତ ଅଗୁଳ ଗ୍ରାମର ଅକ୍ଷୟ କୁମାର ଗୌଡ଼(୨୨) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ପ୍ରତେକ ଦିନ ଭଳି ଅକ୍ଷୟ ରବିବାର ରାତିରେ କାମ ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି। ଘଟଣା ସ୍ଥଳରେ ଅକ୍ଷୟଙ୍କ ବାଇକ ପଡ଼ିଥିବା ବେଳେ ନିକଟସ୍ଥ ଏକ ପରିତ୍ୟକ୍ତ ପାନ ଭାଡି ନିକଟରୁ ମୃତ ଦେହ ମିଳି ଥିବାରୁ ପରିବାର ଲୋକେ ଏହାକୁ ହତ୍ୟା ହୋଇଥାଇ ପରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ପୋଲିସ ମଧ୍ୟ୍ୟ ବାଇକକୁ ଯବତ କରିବା ସହ ମୃତ ଦେହକୁ ଜବତ କରି ଥାନା କେଶ ନମ୍ବର ୨୦୫/୨୬ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି। ସୋମବାର ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ଥାନା ସୂତ୍ରରୁ ଜଣାପଡିଛି।


