ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

ବନ୍ତ, (ଚାନ୍ଦିନୀ ମହାନ୍ତି) : ସୋମବାର ରାତି ପ୍ରାୟ ୮ଟା ୪୫ ମି. ବେଳେ ବନ୍ତ  ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତାରିଣୀ ଛକ ନିକଟସ୍ଥ ଘରୁ ଏକ ବଡ଼ଧରଣର ଡକାୟତି ହୋଇଯାଇଛି। ପଞ୍ଚାନନ ପ୍ରଧାନଙ୍କ ଘରେ ପଶି ପୁଅ ବେକରେ ବନ୍ଧୁକ ରଖି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସମେତ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଟଙ୍କା ଓ ସୁନା ମିଶି ପ୍ରାୟ ୧ କୋଟି ଟଙ୍କା ହେବ। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୮.୪୫ ମିନିଟ ସମୟରେ ୮ ଜଣ ଦୁର୍ବୃତ୍ତ ପଞ୍ଚାନନଙ୍କ ଘର ଭିତରକୁ ଧସେଇ ପଶିଥିଲେ । ପରିବାର ଲୋକଙ୍କୁ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା ଲୁଟି ନେଇଥିଲେ । ପରିବାରର ସମସ୍ତ ଲୋକଙ୍କୁ ଗୋଟିଏ ଘରେ ବନ୍ଦ କରି ସମସ୍ତ ନଗଦ ଟଙ୍କା ଏବଂ ସୁନା ଗହଣା ଲୁଟିନେଇ ଚମ୍ପଟ ମାରିଥିଲେ। ତାଙ୍କ ଘରେ ଲାଗିଥିବା ସିସି କ୍ୟାମେରାର ହାର୍ଡଡିସ୍କ ନେଇଯାଇଥିବା ପରିବାର ପକ୍ଷରୁ କୁହାଯାଇଛି । ଦୁର୍ବୃତ୍ତମାନଙ୍କ ଏଭଳି ଦୁଃସାହସିକ କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏ ସମ୍ପର୍କରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ