’ନମସ୍ତେ ଡେ’ ଉତ୍ସବ ଧୂମାଧାମରେ ପାଳିତ
ଛତ୍ରପୁର (ଓ୍ବାଇଏନଏସ) : ଛତ୍ରପୁର ପୌର ପରିଷଦ ପକ୍ଷରୁ” ନମସ୍ତେ ଡେ” ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ସହରକୁ ସ୍ଵଛ ଓ ସୁନ୍ଦର କରି ରଖିବାରେ ସଫେଇ କର୍ମଚାରୀଙ୍କ ଗୁରୁତ୍ୱ ଅବଦାନ l ଏହି ଅବଦାନକୁ ସମ୍ମାନ ଜଣାଇବା ଉଦେଶ୍ୟରେ ଆଜି ଛତ୍ରପୁର ପୌର ପରିଷଦର ପକ୍ଷରୁ “ନମସ୍ତେ ଡେ” ଉତ୍ସବ କୁ ନିଆରା ଢଙ୍ଗ ରେ ପାଳନ କରାଯାଇଛି l ଏଥିରେ ପୌରପରିଷଦ ର ଉପାଧ୍ୟକ୍ଷ ଜି. ପାପା ରାଓ ଙ୍କ ସମେତ ବହୁ କାଉନସିଲର ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଏବଂ ସଫେଇ କର୍ମଚାରୀ ଙ୍କ ଅବଦାନ ଓ କାର୍ଯ୍ୟଶୈଳୀ କୁ ସମସ୍ତେ ପ୍ରଂଶସା କରିଥିଲେ l ଛତ୍ରପୁର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସଫେଇ କର୍ମଚାରୀ ମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତ ପରୀକ୍ଷା କରାଯାଇ ସେମାନଙ୍କୁ ଔଷଧ ବିତରଣ କରାଯାଇଥିଲା l ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଗୋପବନ୍ଧୁ ବେହେରା ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇ ସଫେଇ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ପରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା କିଟ ଏବଂ ପରିଚୟ ପତ୍ର କୁ ଉପାଧ୍ୟକ୍ଷ ଏବଂ କାଉନସିଲର ମାନେ ସଫେଇ କର୍ମଚାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ପୌର ପରିଷଦର ୧ ନମ୍ବର ୱାର୍ଡ କାଉନ ସିଲର ଟି. ଗଣେଶ ରେଡ୍ଡୀ , ୩ ନମ୍ବର ୱାର୍ଡ ର କାଉନସିଲର ମାମା ସେଠି, ୬ ନମ୍ବର ୱାର୍ଡ ର କାଉନସିଲର ମମତା ପାତ୍ର, ୮ ନମ୍ବର ୱାର୍ଡ ର କାଉନସିଲର କେ. ରମେଶ, ୯ ନମ୍ବର ୱାର୍ଡ ର କାଉନସିଲର ପ୍ରୀତି ଛନ୍ଦା ସାମଲ, ୧୦ ନମ୍ବର ୱାର୍ଡ ର କାଉନସିଲର ଦେବାଶିଷ ମିଶ୍ର, ୧୧ ନମ୍ବର ୱାର୍ଡ ର କାଉନସିଲର ସନ୍ତୋଷୀ ସେଠି, ୧୨ ନମ୍ବର ୱାର୍ଡ ର କାଉନସିଲର ବି. ନିଶ୍ଚଳା, ୧୩ ନମ୍ବର ୱାର୍ଡ ର କାଉନସିଲର ସୁମନ୍ତ କୁମାର ନାହାକ ପ୍ରମୁଖ ମଂଚାସୀନ ଥିବା ବେଳେ ଛତ୍ରପୁର ପୌର ପରିଷଦର ବହୁ କର୍ମଚାରୀ ଓ ସଫେଇ କର୍ମଚାରୀ ମାନେ ଉପସ୍ଥିତ ଥିଲେ l


