ନୋଡାଲ ହାଇ ସ୍କୁଲ ପକ୍ଷରୁ ବନ ମହୋତ୍ସବ
ପୋଲସରା,(ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ କେନ୍ଦୁବାଡ଼ି ଗ୍ରାମର ଶ୍ରୀ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଜୁଲାଇ ୧୫ ତାରିଖ ଦିନ ୭୭ ତମ ବନ ମହୋତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ସାହୁଙ୍କ ତତ୍ୱାବଧାନ ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭଞ୍ଜନଗର ଦକ୍ଷିଣ ଘୁମୁସର ବନ ଖଣ୍ଡ ସହକାରୀ ବନ ସଂରକ୍ଷଣ ଅଧିକାରୀ ପ୍ରଦୀପ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରାମ୍ଭ କରିଥିଲେ। ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ତଥା ବର୍ତ୍ତମାନର ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀ, ଅବସରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟମଣି ମହାନ୍ତି , ପୋଲସରା ବନାଞ୍ଚଳ ଅଧିକାରୀ ଅନୀଲ କୁମାର ପଣ୍ଡା, ପୂର୍ବତନ ସରପଞ୍ଚ ବିଜୟ କୁମାର ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ ପୋଲସରା ବନପାଳ ମୁନା ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। “ବୃକ୍ଷ ହିଁ ଜୀବନ”, ସମସ୍ତେ ବୃକ୍ଷ ରୋପଣ କରିବା ସହ ଓ ତାର ଯତ୍ନ ନେଇ ବଡ କରାଇ ବିଶ୍ୱକୁ ସୁରକ୍ଷିତ ରଖିବା ପାଇଁ ଆନ୍ତରିକ ଉଦ୍ୟମ କରିବାକୁ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ। ପ୍ରଥମେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା କରିବା ସହ କେନ୍ଦୁବାଡ଼ି ଗ୍ରାମବାସୀଙ୍କୁ ଚାରା ବଣ୍ଟନ କରିଥିଲେ।ବିଦ୍ୟାଳୟ ପରିସରରେ ଅତିଥି ବୃନ୍ଦ ଚାରା ରୋପଣ କରି ଛାତ୍ରଛାତ୍ରୀ ବୃନ୍ଦଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷଣ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ଶେଷରେ ଛାତ୍ରଛାତ୍ରୀମାନେ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ବିଷୟ ଉପରେ ଆଧାରିତ ସଚେତନତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପ୍ରଂଶସା ସାଉଁଟିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ।


