ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର : ଛୁଟିଦିନ ନଥାଇ ମଧ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅନୁପସ୍ଥିତ

ପାରଳାଖେମୁଣ୍ଡି, 16/7(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦେଖି ପାରଳା ବିଧାୟକ ଏବଂ ଜିଲ୍ଲା ପରିଷଦ ଅଧକ୍ଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି. ଘଟଣାରୁ ପ୍ରକାଶ, ବିଦ୍ୟାଳୟ ଛୁଟି ନାହିଁ | କିନ୍ତୁ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଅନୁପସ୍ଥିତ। ଏଭଳି ଅଭାବନୀୟ ଏକ ଦୃଶ୍ୟ ଦେଖିବାକୁ ମିଳିଛି କାଶୀନଗର ବ୍ଲକ୍ ଖାରଡ଼ା ପଞ୍ଚାୟତର ନାଭଡ଼ା ପ୍ରାଥମିକ ବିଦ୍ୟାଳୟରେ। ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ ଓ ବ୍ଳକ୍ ଅଧ୍ୟକ୍ଷା ବାଲା ସାଇମ୍ବା ବିଦ୍ୟାଳୟକୁ ଅଚାନକ ଗସ୍ତ କରିବା ବେଳେ ଏଭଳି ଦୃଶ୍ୟ ଦେଖି ସେମାନେ ଚକିତ ହୋଇପଡି ଯିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି. ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ସହ ପ୍ରଧାନଶିକ୍ଷକ ମଧ୍ୟ ଛୁଟିରେ ଥିବା ସେମାନଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଥିଲା। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରିଆସୁଛନ୍ତି । ହେଲେ ଗତକାଲି ମଙ୍ଗଳଵାର କୌଣସି ଛୁଟି ଦିନ ନଥିବା ସତ୍ତ୍ବେ ଜଣେ ବି ଛାତ୍ରଛାତ୍ରୀ କିପରି ବିଦ୍ୟାଳୟରେ ଉପସ୍ଥିତ ନାହାନ୍ତି ବୋଲି ବିଧାୟକ ଶିକ୍ଷକ ରଜନୀକାନ୍ତ ମହାପାତ୍ରଙ୍କୁ ପଚାରିଥିଲେ। ସେ କୌଣସି ସଠିକ୍ ଉତ୍ତର ବିଧାୟକଙ୍କୁ ଦେଇ ନପାରିବାରୁ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଏବିଷୟରେ ଅବଗତ କରାଇଥିଲେ | ବିଦ୍ୟାଳୟ ସୁଚାରୁ ରୂପେ ଚାଲୁ କରିବା ଓ ସମସ୍ତ ଛାତ୍ରଛାତ୍ରୀ କିପରି ଉପସ୍ଥିତ ରହିବେ ସେଥିପାଇଁ ଅଭିଭାବକଙ୍କ ସହ ଯୋଗାଯୋଗ କରି ଉଚିତ ପଦକ୍ଷେପ ନେବାକୁ ପାରଳା ବିଧାୟକ, ଜିଲ୍ଲା ପରିଷଦ ଅଧକ୍ଷ ପରାମଶ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ