ବହୁ ଚର୍ଚ୍ଚିତ ମାନବ ଚାଲାଣ ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବହୁଚର୍ଚ୍ଚିତ ଗଜପତି ଜିଲ୍ଲାର ଅଡ଼ବାରୁ ହାଇଦ୍ରାବାଦକୁ ମାନବ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଜିଲ୍ଲା ନ୍ୟାୟାଳୟରୁ ବଡ଼ ଝଟକା ଲାଗିଛି। ଜିଲ୍ଲା ଓ ଦୌରାଜଜ ଜଗଦୀଶ ପ୍ରସାଦ ମହାନ୍ତି ଉଭୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଏହା ସହ ମୁଖ୍ୟ ଅଭିଯୁକ୍ତଙ୍କ ନାମରେ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଡ଼ବା ଥାନା ପୁଲିସ ମାନବ ଚାଲାଣ ସମ୍ପର୍କିତ ସୂଚନା ପାଇବା ପରେ ଅତିରିକ୍ତ ଆଇଆଇସି ନଳିନୀ କୁମାରୀ କଁଅରଙ୍କ ନେତୃତ୍ବରେ, ଗଜପତି ଏସ୍‌ପି ପ୍ରହଲ୍ଲାଦ ସହାଇ ମୀନା ଓ ଆର୍, ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁଙ୍କ ପରାମର୍ଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ହାଇଦ୍ରାବାଦରେ ଚଢ଼ଉ କରିଥିଲା | ଚଢ଼ଉ ସମୟରେ ଅଭିଯୁକ୍ତ ଈଶ୍ବର କୁଶୁଲିୟା ଓ ହାଇଦ୍ରାବାଦ ନିବାସୀ ସରିତା ଜୈନଙ୍କୁ ଗିରଫ କରାଯିବା ସହ ସେଠାରୁ ୭ ଜଣ ବାଳିକାଙ୍କୁ ଉଦ୍ଧାର କରାଯାଇଥିଲା ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ମାମଲା ପରିଚାଳନା କରିଥିବା ବେଳେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମଣ୍ଡଳା ଲୋକନାଦମ ତାଙ୍କୁ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ