ଦିବ୍ୟ ଜୀବନ ସଂଘ ପକ୍ଷରୁ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀ

ଆସିକା (ୱାଇଏନ୍‍ଏସ୍‍) : ପୃଥିବୀରେ ଶାନ୍ତି ପ୍ରତିଷ୍ଠା ଓ ଆଧ୍ୟାତ୍ମିକବାଣୀର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରତିଷ୍ଠିତ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଓ ତାଙ୍କର ପଟ୍ଟଶିଷ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଆତ୍ମଜିବନୀ, ଉପଦେଶ ଓ ଆଧ୍ୟାତ୍ମିକ ବାର୍ତ୍ତାର ସନ୍ଦେଶ ପ୍ରଦାନ ପାଇଁ ସଦାସର୍ବଦା ପ୍ରୟାସ ଜାରି ରଖିଥିବା ସ୍ଥାନୀୟ ବସ୍‌ଷ୍ଟାଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ଆସିକା ଦିବ୍ୟଜିଲ୍ଲାର ପବିତ୍ର ଘୋଷଯାତ୍ରା ଅବସରରେ ଗୁରବାର ଶ୍ରୀ ଗୁରୁପାଦୁକା ପୂଜା, ଶ୍ରୀ ଶ୍ରୀ ମହାପ୍ରଭୂଙ୍କ ଅଷ୍ଟୋତ୍ତର ନାମାବଳୀ ଜପ, ମହାପ୍ରଭୂଙ୍କ ଗୁଣକୀର୍ତ୍ତନ ଏବଂ ଲୀଳା ବର୍ଣ୍ଣନା ସାଙ୍ଗକୁ ଆଧ୍ୟାତ୍ମିକ ସମ୍ମିଳନୀ ଓ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସମୟରେ ଭଜନ କିର୍ତ୍ତନ, ଗୁରୁ ପାଦୁକା ପୂଜା, ଜଳଯୋଗ, ଭଜନକୀର୍ତ୍ତନ, ଆଧ୍ୟାତ୍ମିକ ପ୍ରବଚନ ଓ ଆଧ୍ୟାତ୍ମିକ ଜ୍ଞାନ ଆହରଣ ପାଇଁ ଏକ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ଦିବ୍ୟଜୀବନ ସଂଘ ଶାଖାର ସଭାପତି ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଏକଦିବସୀୟ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣ ଓଡିଶା ଦିବ୍ୟଜୀବନ ସଂଘର ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ତଥା ସ୍ୱାମୀ ଶିବାନନ୍ଦ ଶତବାର୍ଷିକୀ ବାଳକ ବିଦ୍ୟାଳୟ ଖଣ୍ଡଗିରି ଭୂବନେଶ୍ୱର ଓଡିଶାର ପରିଚାଳନା କମିଟି ସଂପାଦକ ଜୟଚନ୍ଦ୍ର ନାୟକ ଯୋଗଦେଇ ବିଶ୍ୱବ୍ରହ୍ମାଣ୍ଡର କର୍ତ୍ତା ଜଗତସାଇଁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳା ଉପରେ ଆଲୋକପାତ କରିବା ସାଙ୍ଗକୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରି ସଦ୍‌ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ଜୀବନୀ, ବାଣୀ, ଆଦର୍ଶ, ଉପଦେଶ ଓ ଆଧ୍ୟାତ୍ମିକ ପଥ ଉପରେ ଆଲୋକପାତ କରି ସେବା, ପ୍ରେମ, ଦାନ, ଧ୍ୟାନ, ପବିତ୍ରତା ମାଧ୍ୟମରେ ସ୍ୱାମୀ ଶିବାନନ୍ଦଙ୍କ ବାଣୀଙ୍କୁ ଭକ୍ତମାନେ ଦୈନନ୍ଦିନ ଜୀବନରେ ପାଳନ କରିବା ସହ ଦୁଃଖୀ, ଗରିବଙ୍କୁ ସାହାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଚାର ଦ୍ୱାରା ସମାଜର ଓ ଆଧ୍ୟାତ୍ମିକ ସାଧନା ଦ୍ୱାରା ମନୁଷ୍ୟର ପରିବର୍ତ୍ତନ ସମ୍ଭବ ହୋଇଥିଲା ବେଳେ ପରିବର୍ତ୍ତନ ହେଉଛି ସମଗ୍ର ସୃଷ୍ଟିର ନିୟମ । ରାତି ପରେ ଦିନ ଏବଂ ଦିନପରେ ରାତି, ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ସୁଖ ଏହା ହେଉଛି ସଂସାରର ନିୟମ । ତେଣୁ ଜଗଦ୍‌ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଯେଉଁ ଉପଦେଶ ଓ ଦିଗ୍‌ଦର୍ଶନ ଦେଇ ଯାଇଛନ୍ତି ତାହାକୁ ଯୁବପିଢୀ ଓ ସଚେତନ ନାଗରିକ ମାନେ ପାଳନ କରିବାକୁ ଆହ୍ୱାନ କରିବା ସହ ଶାରୀରିକ ସୁଦ୍ଧତା, ମାନସିକ ବିକାଶ ଓ ଆତ୍ମୋନ୍ନତି ଲାଭ କରିବା ସଙ୍ଗେ ସଙ୍ଗେ ସତ୍ୟବ୍ରତୀ, ସଦାଚାରୀ ଓ ପରୋପକାରୀ ନାଗରିକ ହୋଇ ସମାଜର ପୂର୍ଣ୍ଣାଙ୍ଗ ବିକାଶରେ ସହାୟକ ହେବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଦିବ୍ୟ ଜୀବନ ସଂଘ ଆସିକା ଦିବ୍ୟ ଜିଲ୍ଲା ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଏକ ଦିବସୀୟ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀରେ ଭେଟନଇ, ମଣ୍ଟାପଡା, ଖଣ୍ଡବନ୍ଧ, ବାବନପୁର, କବିସୂର୍ଯ୍ୟନଗର, ମୁଣ୍ଡମରାଇ, ବାଲିଛାଇ, ଷୋଳଷଳା, ବୁଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଦିବ୍ୟ ଜୀବନ ସଂଘର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଆଧ୍ୟାତ୍ମିକ ସମ୍ମିଳନୀ ଓ ସାଧନା ଶିବିରକୁ ସୁପରିଚାଳନା କରିବା ଦିଗରେ ଆସିକା ଦିବ୍ୟଜୀବନ ସଂଘ ଶାଖାର ସଭାପତି ବିଜୟ କୁମାର ଦାଶ, ଉପସଭାପତି ମନମୋହନ ସେନାପତି, ସଂପାଦକ ରମେଶ ଚନ୍ଦ୍ର ମହାରଣା, ପୂର୍ବତନ ସଭାପତି ଭାସ୍କର ଆଚାରୀ, ଶ୍ରଦ୍ଧାଳୁ ଭକ୍ତ ଅଶ୍ୱିନୀ କୁମାର ବିଷୋୟୀ, ଦେବହରି ମହାନ୍ତି, ବି.ଶଙ୍କର ନାରାୟଣ ପାତ୍ର, ବସନ୍ତ କୁମାର ଶତପଥୀ, ବିଜୟ ଆଚାରୀ, ବସନ୍ତ କୁମାର ମହାନ୍ତି, ଲକ୍ଷ୍ମୀନାରାୟଣ ନାୟକ, ପ୍ରଦୀପ କୁମାର ନାୟକ, ଚକ୍ରଧର ବାଡତ୍ୟା, ପ୍ରଦୀପ କୁମାର ମୁନି, ବିକ୍ରାନ୍ତ କୁମାର ନାୟକ, ଖଦାଳି ନାୟକ, ପ୍ରକାଶଚନ୍ଦ୍ର ପ୍ରଧାନ, ଲଳିତ ମୋହନ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ଆଚାରୀ, ବାଲ୍‍ରାଜୁ ଆଚାରୀ, ଟୁନା ଆଚାରୀ, ପ୍ରଫୁଲ ପାଣିଗ୍ରାହୀ, ତ୍ରିଲୋଚନ ପାଣିଗ୍ରାହୀ, ନାରାୟଣ ସାହୁ, ନାରାୟଣ ବିଶ୍ୱାଳ, ତ୍ରିନାଥ ବିଶ୍ୱାଳ, ବନମାଳୀ ସ୍ୱାଇଁ, ବଂଶୀଧର ପ୍ରଧାନ, ସୁରେଶ୍‍ ଚନ୍ଦ୍ର ସାହୁ, ସଂଜୟ ସାହୁ, ନାଗେଶ୍ୱର ଆଚାରୀ, ସୋମନାଥ ପ୍ରଧାନ, ପ୍ରଶାନ୍ତ କୁମାର ବିଷୋୟୀ, କାହ୍ନୁଚରଣ ପ୍ରଧାନ, କେ.ଲିଙ୍ଗରାଜ ପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତାମାନେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସାଙ୍ଗକୁ ଜନସେବା ଓ ମାନିବକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଏବଂ ଯୋଗ, ବେଦାନ୍ତ ଓ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଦିବ୍ୟଜୀବନ ସଂଘ ମୁଖ୍ୟ କାର୍ଯ୍ୟାଳୟ ଶିବାନନ୍ଦ ଆଶ୍ରମ ଋଷିକେଶର ପରାମର୍ଶକ୍ରମେ ଆରମ୍ଭ ହୋଇଥିବା ଦିବ୍ୟ ଦଶନ୍ଧି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଦିବ୍ୟଜୀବନ ସଂଘ ଆସିକା ଦିବ୍ୟଜିଲ୍ଲା ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ