ରଥଯାତ୍ରାରେ ମାରୁତି ସେନା ପକ୍ଷରୁ ବଡ଼ଦାଣ୍ଡରେ ଖାଦ୍ୟ ବଣ୍ଟନ
କୋଣାର୍କ (ଓ୍ବାଇଏନଏସ): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀ କୁ ରଥଯାତ୍ରା ଦେଖିବା ପାଇଁ କାହିଁ କେତେ ଦୂରରୁ ଛୁଟି ଆସିଥିବା ଭକ୍ତ ମାନଙ୍କ ର ଭୋକ ମେଣ୍ଟାଇବା ପାଇଁ ପୁରୀ ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ମାରୁତି ସେନା ପକ୍ଷରୁ ଦେଖିବାକୁ ଏକ ସ୍ଵତନ୍ତ୍ର ପ୍ରାୟାସ । ବଡ଼ଦାଣ୍ଡରେ ଏକ ଷ୍ଟଲ୍ ମାଧ୍ୟମରେ ଦଶ ହଜାରରୁ ଉର୍ଦ୍ଧ ଲୋକ ମାନଙ୍କ ପାଇଁ ଆରୁଆ ଅର୍ଣ୍ଣ, ଡ଼ାଲମା, ଖଟା, କ୍ଷୀରି ଇତ୍ୟାଦି ରନ୍ଧା ଖାଦ୍ୟ ବଣ୍ଟନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଜନ କଲ୍ୟାଣ କାର୍ଯ୍ଯ ପାଇଁ ପୁରୀ ର ଜନସାଧାରଣ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମାରୁତି ସେନାର ରାଜ୍ୟ ସଭାପତି ପପୁ ଦଳବେହେରା ଓ ଜିଲ୍ଲା ସଭାପତି ବଳରାମ ବାରିକ ଙ୍କ ସମେତ ସଂଗଠନର ସମସ୍ତ ସକ୍ରିୟ ସଦସ୍ୟ ମାନେ ସାହାଯ୍ୟ ସହଯୋଗ କରିଥଲେ ।


