ରାଜସ୍ତରୀୟ କାର୍ଯ୍ୟରତ ସାମ୍ବାଦିକ ସମ୍ମିଳନୀ

 କନ୍ଧମାଳ (ଓ୍ବାଇଏନଏସ): କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ଆନୁକୂଲ୍ୟରେ ରାଜସ୍ତରୀୟ କାର୍ଯ୍ୟରତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି! ମୁଖ୍ୟ ଅତିଥି ଫୁଲବାଣୀ ବିଧାୟକ ତଥା କନ୍ଧ ମାଳ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ଶ୍ରୀ ଉମା ଚରଣ ମଲିକ କହିଲେ ଯେ ସାମ୍ବାଦିକ ମାନେ ଚତୁର୍ଥ ସ୍ତମ୍ଭ ର ସଦସ୍ୟ.! ଦେଶ ଗଠନରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱ ପୁର୍ଣ ଭୂମିକା ରହିଁଛି! ସତ୍ୟର ଉନ୍ମୋଚନ କରି ସଠିକ ଖବର ଲୋକ ଓ ସରକାରଙ୍କ ପାଖରେ ପହଂଚାଇବା ଆବଶ୍ୟକ. ଖବର ପ୍ରକାଶ କରିବା ପୂର୍ବରୁ ଯାହାକୁ କେନ୍ଦ୍ର କରି ଖବର କରାଯାଏ ତାଙ୍କର ମତାମତ ନେବା ଜରୁରୀ! ପ୍ରଭୋ୍କେଟିଙ୍ଗ ନିୟୁଜ କରିବା ଉନୁଚିତ! ଗୋଷ୍ଠୀ ଓ ସମ୍ପ୍ରଦାୟ, ଧାର୍ମିକ ଜନିତ ବିବାଦୀୟ ଖବର ପ୍ରକାଶ କରିବା ପୂର୍ବରୁ ମତାମତ କୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସାମ୍ବାଦିକ ମାନଂକୁ ପରାମର୍ଶ ଦେଇଛନ୍ତି! ମୁଖ୍ୟ ବକ୍ତା ଭାବେ ରାଜ୍ୟ ସାମ୍ବାଦିକ ସଙ୍ଘ ର ସଭାପତି ମନୋଜ କୁମାର ଦାସ ସ୍ୱାସ୍ଥ୍ୟ ଗତ କାରଣରୁ ଯୋଗ ଦେଇ ପାରିନଥିବାରୁ ରାଜ୍ୟ ସମ୍ପାଦକ ରାଜକିଶୋର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ! ସେ ସାମ୍ବାଦିକ ମାନଙ୍କର ସମସ୍ୟା ସହିତ “ସାମ୍ବାଦିକତା ଓ ପ୍ରତିବନ୍ଧକ ” ଶୀର୍ଷକ ଆଲୋଚନା ଚକ୍ର ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରି ସତ୍ୟ, ନିଷ୍ଠା ଓ ନିର୍ଭିକ ହେବା ସହ ବିଭିନ୍ନ ପ୍ରତିବନ୍ଧକ ଥିଲେ ମଧ୍ୟ ଲୋକଙ୍କ ପାଈଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ! ସଭାରେ ସଭା ପତିତ୍ୱ କରିଥିଲେ କେ ଡି ଯେ ଏ ସଭାପତି ତଥା ରାଜ୍ୟ ସଙ୍ଘ ର ଉପସଭାପତି ଅରୂପ କୁମାର ଜେନା ସଭାପତିତ୍ୱ କରି ଜିଲ୍ଲା ସଙ୍ଘଠନ ଗୁଡୁକି ସକ୍ରିୟ କରିବାକୁ ଆୱାହ୍ନ୍ନ ଦେଇଥିଲେ! କେ ଡି ଯେ ଏ ର ଉପସଭାପତି ସନ୍ତୋଷ କୁମାର ଡିଗଲ ସାମ୍ବାଦିକତା କରିବା ଆଜି କଷ୍ଟ ସାଧ୍ୟ ହୋଇଛି! ରାଜ୍ୟରେ ସାମ୍ବାଦିକ ଗଣନା ହୋଇ ପାରୁନାହିଁ! ବାଘ, ହାତୀ ଓ ପଶୁ ପକ୍ଷୀ ଗଣନା ହୋଇ ପାରୁଛି! ତତ୍କାଳୀନ ସରକାର କେବଳ ଇନ୍ସୁରାନ୍ସ ସୁବିଧା ଦେଇଥିଲେ! ସାମ୍ବାଦିକ ମାନଙ୍କ ସୁରକ୍ଷା ପାଈଁ ଆଇନ ପ୍ରଣୟନ ର କ୍ରମାଗତ ଦାବିକୁ ବିଚାର କରାଯାଉ ନାହିଁ! କନ୍ଧମାଳରେ ସାମ୍ବାଦିକ ମାନେ ସକ୍ରିୟର ସହ କାର୍ଯ୍ୟ କରିଆସୁଛନ୍ତି! ବରିଷ୍ଠ ସାମ୍ବାଦିକ ମାନେ ଟିକେ ସମ୍ମାନ ପାଇବା ହ୍ରାସ ପାଇ ଆସୁଛି! ଏହି ପେସା ର ମହନୀୟତା ଓ ଗାରିମା କୁ ବଜାୟ ରଖିବାକୁ କହିଥିଲେ! ସାମ୍ବାଦିକ ଙ୍କ ପ୍ରଶିକ୍ଷଣ ଜରୁରୀ ଓ ପରୀମାର୍ଜିତ ହୋଇ ପେସା କୁ ରୁଦ୍ଧିମନ୍ତ କରିବା ଉଚିତ ବୋଲି କହିଥିଲେ! କାର୍ଯ୍ୟକାରୀ ସଭାପତି ସୁନୀଲ କୁମାର ପଟ୍ଟନାୟକ ସାମ୍ବାଦିକ ଐକ୍ୟ ଓ ଅଖଣ୍ଡତା ଉପରେ ଗୁରୁତ୍ୱ ଦେବା ସହ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ!  ସାମ୍ବାଦିଜ ସଦସ୍ୟ ମାନଙ୍କ ସହଯୋଗ ରେ ଜିଲ୍ଲା ଓ ରାଜ୍ୟ ସଙ୍ଘ ସୁଦୃଢ ହୋଇପାରିଛି ବୋଲି କହି ଥିଲେ! ସାମ୍ବାଦିକ ସଙ୍ଘ ସମାଜର ପ୍ରଗତି  ଓ ଦେଶ ଗଠନରେ ପ୍ରେସର ଗ୍ରୁପ ଭଳି କାର୍ଯ୍ୟ କଲେ ସମାଜ  ଦେଶ, ଓ ଗଣତନ୍ତ୍ର ସୁଦୃଢ ହୋଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ!! ଏସିଆନ ଏଜ ର ଭେଟେରାନ ସାମ୍ବାଦିକ ଅକ୍ଷୟ ସାହୁ ତଥ୍ୟ ଭିତ୍ତିକ ବକ୍ତବ୍ୟ ରଖି ଥିଲେ! ଆଜିର ଦିନରେ ସାମ୍ବାଦିକତା ଏକ ଚେଲେଜିଙ୍ଗ ଜବ ହୋଇଛି ବୋଲି କହିଥିଲେ! କନ୍ଧମାଳ ଜିଲ୍ଲା ପୋଲିସ ହୁମାନ ରାଇଟ୍ସ ଡି ଏସପି ଗୋବିନ୍ଦ ଚନ୍ଦ୍ର ବରୁଦା ସାମ୍ବାଦିକ ମାନେ ସତ୍ୟ, ନିଷ୍ଠା ଓ ନିର୍ଭିକ ସହ ସଠିକ ଖବର ପ୍ରକାଶ କରିବା ଉଚିତ! ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୁର୍ଣ ଦାୟିତ୍ୱ ରହିଁଛି ବୋଲି   ଶ୍ରୀ ବରୁଦା କହିଥିଲେ! ସଂଘଠନ ସମ୍ପାଦକ ଅଶୋକ କୁମାର ପରିଡା ବାର୍ଷିକ ବିବରଣୀ ପାଠ କରିବା ସହ ୨୭ ଜିଲାରୁ ୧୫0 ରୁ ଉର୍ଦ୍ଧ ସାମ୍ବାଦିକ ସଦସ୍ୟ ଓ କର୍ମକର୍ତ୍ତା ସମ୍ମିଳନୀ ରେ ଯୋଗ ଦେଇଥିଲେ! ଏହି ଅବସରରେ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା! ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ଶିରୋମଣି, ଉପସଭାପତି ସୌରଭ ପଟ୍ଟନାୟକ ପ୍ରମୁଖ  ଉଦବୋଧନ ଦେଇଥିଲେ! ଦ୍ୱିତୀୟ ଅଧିବେଶନରେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତା ଏକ ଗୁରୁତ୍ୱପୁର୍ଣ ଦାୟିତ୍ୱ ରହିଁଛି! ତାକୁ ଦାୟିତ୍ୱର ସହ ସମ୍ପାଦନ କରିବା ର ଆବଶ୍ୟକତା ରହିଁଛି ବୋଲି କହିବା ସହ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଅବଗତ  କରାଇବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶୃତି ଦେଇଥିଲେ! ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ରମ୍ବାଦିକ ମାନଙ୍କୁ ମାନ ପତ୍ର ପ୍ରଦାନ କରିଥିଲେ! ରାଜ୍ୟ ସଙ୍ଘର କାର୍ଯ୍ୟ କାରିଣୀ ବୈଠକରେ ୪ଟି ପ୍ରସ୍ତାବ ଗୃହୀତ ହୋଇଥିଲା! ସେଥି ମଧ୍ୟରୁ ସାମ୍ବାଦିକ ସୁରକ୍ଷା ଓ ନିରାପତ୍ତା, ପେନଶନ,ସହଜ ଆକ୍ରିଡେସନ ନୀତି ଲାଗୁ ହେବା, ଓ ସାମ୍ବାଦିକ ଗଣନା ପ୍ରଭୃତି ଅନ୍ତରଭୁକ୍ତ!ଶେଷରେ କେ ଡି ଯେ ଏ ର ଉପସଭାପତି ପ୍ରକାଶ କୁମାର ନାୟକ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ.ସଙ୍ଘ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିବା ସ୍ଥିର ହୋଇଛି!

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ