ନିଟ୍ ପରୀକ୍ଷାରେ ସଫଳତା ପାଇଲେ ଚାଷୀ ଘରର ପୁଅ ଚନ୍ଦନ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର କଳିଗାଁ ପଞ୍ଚାୟତ ମୁଦୁଲିପଦା ଗ୍ରାମର ଭାବଗ୍ରାହୀ ସାହୁଙ୍କ ପୁଅ ଚନ୍ଦନ ସାହୁ ୬୨୧ମାର୍କ ରଖ୍ ଚଳିତ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ସର୍ବ ଭାରତୀୟ ସ୍ତରରେ ୪୮୨୮ରେଙ୍କ୍ ରେ ରହି ଗ୍ରାମ ପାଇଁ ଗୌରବ ଆଣିଛନ୍ତି । ସେ ଡାକ୍ତର ହୋଇ ଲୋକଙ୍କର ସେବା କରିବେ ବୋଲି କହିଛନ୍ତି । ଚନ୍ଦନ ହଦଗଡ଼ ନବୋଦୟ ବିଦ୍ୟାଳୟରେ ଦଶମ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା ପରେ ଓଡିଶା ଆଦର୍ଶ ବିଦ୍ୟାଳୟ ଶାଳପଡାରେ ଯୁକ୍ତ ୨ ଶେଷ କରିଥିଲେ। ପରେ ଡାକ୍ତରୀ ଶିକ୍ଷା ପାଇଁ ମନ ବଳାଇ ଯାଜପୁର ର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ନିଟ ପାଇଁ ପ୍ରଶିକ୍ଷଣ ନେଇଥିଲେ। ସେ ଜଣେ ମେଧାବୀ ଛାତ୍ର ଭାବେ ପ୍ରଥମରୁ ଜଣା ପଡ଼ୁଥିଲେ। ସେ ଜଣେ ଭଲ ଡାକ୍ତର ହୋଇ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। ଏହି ସଫଳତାର ଶ୍ରେୟ ସେ ତାଙ୍କର ପିତା, ମାତା, ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି। ସେ ଗ୍ରାମର ପ୍ରଥମ ଛାତ୍ର ଭାବେ ନିଟରେ ସଫଳତା ହାସଲ କରିଥିବାରୁ ସମଗ୍ର ଗ୍ରାମରେ ଖୁସିର ଲହରୀ ଖେଳି ଯାଇଛି। ଏଥିରେ ତାଙ୍କ ପରିବାର ଲୋକେ ବହୁତ ଖୁସି ଅନୁଭବ କରିଛନ୍ତି।


