ଧାମନଗର (ଓ୍ବାଇଏନଏସ): ଧାମନଗର ପଞ୍ଚାୟତ ସମିତି ସେଣ୍ଟ୍ରାଲ ସଭା ଗୃହ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିବା ୧୦ଟା ସମୟରେ ଏହି ଶିବିରରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଅଧ୍ୟକ୍ଷତା କରିଥିଲେ। ଉକ୍ତ ଶିବିରରେ ୧୧୪ରୁ ଉର୍ଦ୍ଧ୍ବ ବିଭିନ୍ନ ଆପତ୍ତିଜନକ ଅଭିଯୋଗ ଆଗତ ହୋଇଥିଲା। ଜମିଜମା ବିବାଦ,ଭତ୍ତା,ପାନୀୟ,ଜଳ,ରାସ୍ତାଘାଟ,ବିଦ୍ୟୁତ, ପ୍ରଧାନମନ୍ତ୍ରୀ ଆବାସ ଓ ରାସନ ଚାଉଳ ଭଳି ସରକାରୀ ସହାୟତା ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଜନସାଧାରଣ ଉପସ୍ଥାପନ କରିଥିଲେ। ଶୁଣାଣିରେ ମୋଟ ୧୧୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୯୩ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୧୧ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଓ ରେଡ କ୍ରଶ ଅଧିନସ୍ଥ ୬ଟି ଅଭିଯୋଗ ରହିଥିଲା। ଶୁଣାଣି ସମୟରେ ୧ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠି ମାଧ୍ୟମରେ ୬ଜଣ ଅଭିଯୋଗକାରୀଙ୍କୁ ମୋଟ ୩୦,୦୦୦/- ଟଙ୍କା ମଞ୍ଜୁର କରାଯାଇଛି। ଧାମନଗର ଏନ ଏ ସି ଅଧିନରେ ଥିବା ସାଗର ଭୁୟାଁ ପାର୍କ ପାଇଁ ଅର୍ଥ ଫ୍ରି” ଏବଂ ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ କାର୍ଯ୍ୟକାରି କରିବା ପାଇଁ ଜିଲ୍ଲାପାଳଙ୍କୁ ଉଉପାଧ୍ୟକ୍ଷ ଏବଂ ବୁଦ୍ଧିଜୀବୀ ମହଲରୁ ଅନୁରୋଧ କରାଯାଇଛି। ପ୍ରଶାସନ ପକ୍ଷରୁ କିଛି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପଠାଯାଇ ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଜନଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ,ଏଏସପି ଅରୁପ ଅଭିଷେକ ବେହେରା,ଜିଲ୍ଲା ଚିକିତ୍ସାଧିକାରୀ ଡା.ପ୍ରମୋଦ ପ୍ରହରାଜ,ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ,ବ୍ଲକ ଉନ୍ନୟନ ଅଧିକାରୀ ବନବିହାରୀ ଦିନ୍ଦା,ଅତିରିକ୍ତ ତହସିଲଦାର ସାଇ ସିଲୋନା,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ,ଏସ ଡି ଓ ଏବଂ ଜେଇ କ୍ଷୁଦ୍ର ଜଳସେଚନ ବିଭାଗ,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀନିବାସ ମଲ୍ଲିକ,ଆରଡି ବିଭାଗ ସହକାରୀ ଯନ୍ତ୍ରୀ ରୁପ୍ କୁମାର,ବିଇଓ ପ୍ରଫୁଲ୍ଲ ସାହୁ,ରେଞ୍ଜର ବବୁଲ ମଲିକ,ଯୋଗାଣ ଅଧିକାରୀ ପ୍ରୀତିଶ ରଞ୍ଜନ ସାମଲ,ସିଡିପିଓ ଦମୟନ୍ତି ଦେଇଙ୍କ ସମେତ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଲକ୍ଷ୍ମଣ ସୋରେନ,ଅରୁଣ ବସ୍ତିଆ,ପ୍ରଶାନ୍ତ ବାରିକ,ନୁରସିଂହ ଦତ୍ତ ଓ ଅନ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।