ଶ୍ରୀବଳଦେବଜୀୟୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,(ଚିିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ପବିତ୍ର ବାହୁଡା ରଥଯାତ୍ରା ନିମନ୍ତେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଶ୍ରୀଜୀୟୁଙ୍କ ଯାତ୍ରୀ ନିବାସ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ୨୪ ଓ ୨୫ ତାରିଖରେ ପବିତ୍ର ବାହୁଡା ଯାତ୍ରା ଓ ୨୬ତାରିଖରେ ନିଳାଦ୍ରୀ ବିଜେ କାର୍ଯ୍ୟକ୍ରମକୁ କିପରି ଶାନ୍ତି ଶୃଙ୍ଖଳା ସହ ସମାପାନ କରାଯିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସେହି ଦିନ ମାନଙ୍କରେ ଶୃଙ୍ଖଳିତ ନୀତି କାନ୍ତି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ କେନ୍ଦ୍ରାପଡା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ, ଟ୍ରଷ୍ଟ ବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପ ଜିଲ୍ଲାପାଳ ଅରୁଣ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ, ଡିଆଇବି ଡିଏସପି ଲକ୍ଷ୍ମୀନାରାୟଣ ତିୱାରୀ, ଟାଉନ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ରିଜର୍ଭ ଇନିସ୍‌ପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ପୌର ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ଟ୍ରଷ୍ଟ ବୋର୍ଡ ସଭ୍ୟ ପଣ୍ଡିତ ହୃଷିକେଶ ରଥ, ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ଦେବୋତ୍ତର ସଂସ୍ଥା ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ରଘୁନାଥ ମହାରଣା, ରଥ ପରିଚାଳନା କମିଟି ସଭ୍ୟ ଅନନ୍ତ ଚରଣ କର, ଅକ୍ଷୟ ମେକାପ, ଭିକାରୀ ମହାନ୍ତି, ଅମିତାଭ ସୁଆର, ସନ୍ତୋଷ ସାହୁ, ରାଜେନ୍ଦ୍ର ପତି, ଲକ୍ଷ୍ମୀକାନ୍ତ ସାହୁ, କ୍ଷୀତିଶ ରୋସନ ସିଂ, ଅରବିନ୍ଦ ସାହୁ, ଟୁକୁ ପତ୍ରୀ, ଅବିନାଶ ବ୍ରହ୍ମଚାରୀ, ସିଲୁ ପ୍ରସାଦ ମହାରଣା, ବଳରାମ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ