ଯୁବ ମୋର୍ଚ୍ଚାର ଗଞ୍ଜାମ ଜିଲ୍ଲା ଉପସଭାପତି ଭାବେ ପି. ରାମବାବୁ ନିଯୁକ୍ତ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମ ର ଯୁବସଂଗଠକ ପି. ରାମବାବୁ ଙ୍କୁ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ଗଞ୍ଜାମ ଜିଲ୍ଲା ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ଏହି ଦାୟିତ୍ୱ ପାଇଁ ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି।ତାପରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଲାଷ ପଣ୍ଡା,ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ଡା. ପ୍ରଦୀପ ପାଣିଗ୍ରାହୀ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଜିଲ୍ଲା ସଭାପତି ସରୋଜ ସାବତ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ରାଜ୍ୟ ଉପସଭାପତି ତୁତୁନ ପାତ୍ର ଓ ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ଵି. ସୋମନାଥ ପାତ୍ର ଙ୍କ ସହ ଦଳର ସମସ୍ତ ନେତା ଓ କର୍ମକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ରେ ଯୁବ ମୋର୍ଚ୍ଚାର ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଯୁବମାନଙ୍କୁ ଦଳ ସହିତ ଯୋଡ଼ିବା ପାଇଁ କାମ କରିବେ ବୋଲି ପି. ରାମବାବୁ ପ୍ରକାଶ କରିଛନ୍ତି।


