ୟୁନିଫର୍ମ ବଣ୍ଟନରେ ଅନିୟମିତତା: ବ୍ଲକ ଓ ଜିଲ୍ଲା ଅଧିକାରୀଙ୍କ ଭୂମିକାକୁ ସନ୍ଦେହ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ମିଶନ ଶକ୍ତି ବିଭାଗ ପକ୍ଷରୁ ନିଯୁକ୍ତ ମହିଳା ମିଶନ ଶକ୍ତି କର୍ମଚାରୀ ଯଥା (ଏମବିକେ,ବ୍ୟାଙ୍କ ମିତ୍ର ଓ ସିଆରପି) ମାନଙ୍କୁ ୟୁନିଫର୍ମ ଯୋଗାଣରେ ଅନିୟମିତତା ହେଉଥିବା ଘଟଣା ସାମନାକୁ ଆସିଛି। ସେମାନେ କ୍ଷମତାରେ ଚାପି ହୋଇ ଗୁପ୍ତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭିଯୋଗ ହୋଇଛି। ୟୁନିଫର୍ମ ବଣ୍ଟନରେ ଅନିୟମିତତା ନିର୍ଦ୍ଧିଷ୍ଟ ଏକ ଏଜେନ୍ସି ଠାରୁ କିଣିବାକୁ ବାଧ୍ୟ କରାଯାଉଛି। ଏଥିପାଇଁ ଦାୟୀ କିଏ..? ବ୍ଲକ ଓ ଜିଲ୍ଲା ଅଧିକାରୀଙ୍କ ଭୂମିକାକୁ ସନ୍ଦେହ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନରେ ମହିଳା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।ଏଥିସହ ରାଜ୍ୟରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ “ଲକ୍ଷପତି ଦିଦି”ଓ “ମହାଲକ୍ଷପତି ଦିଦି” ସୃଷ୍ଟି କରିବା ନେଇ ବିଭିନ୍ନ କୌଶଳ ପ୍ରସ୍ତୁତ କରାଯାଉଛି। ଏଥିସହିତ ମହିଳା ଉଦ୍ୟୋଗୀମାନଙ୍କୁ ଆଧୁନିକ ବ୍ୟବସାୟିକ କୌଶଳରେ ସଶକ୍ତ କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଉଛି। ହେଲେ ସୂଚନା ଯୋଗ୍ୟ ଯେ ବ୍ଲକରେ ଏମବିକେ ୩୦,ବ୍ୟାଙ୍କ ମିତ୍ର ୧୬ ଓ ସିଆରପି ପ୍ରାୟ ୩୭୦ ନିଯୁକ୍ତ ଅଛନ୍ତି ବୋଲି ଜଣାପଡିଛି। ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରତ୍ୟେକ କର୍ମଚାରୀଙ୍କୁ ୟୁନିଫର୍ମ ବାବଦକୁ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ସିଧାସଳଖ ବ୍ୟକ୍ତିଗତ ବ୍ୟାଙ୍କ ଏକାଉଣ୍ଟ୍ ଦିଆଯାଇଛି। ଏହି ଏକ ହଜାର ଟଙ୍କାରେ ସେମାନେ ନିଜ ମନଇଛାରେ ଯେ କୌଣସି ଦୋକାନ ବଜାର ରୁ କିଣିବେ ବୋଲି ନିର୍ଦ୍ଧେଶ ରହିଛି।କିନ୍ତୁ ଧାମନଗର ବ୍ଲକରେ ଚଳିତ ବର୍ଷ ଉକ୍ତ ମହିଳା କର୍ମଚାରୀଙ୍କୁ ମିଳିଥିବା ଏକ ହଜାର ଟଙ୍କାରେ ଏକ ନିର୍ଦ୍ଧିଷ୍ଟ ଏଜେନ୍ସୀ ନିକଟରୁ କିଣିବାକୁ ବ୍ଲକ ବିପିଶି ଏବଂ ବିପିଏମ ବାଧ୍ୟ କରାଯାଉଛି ବୋଲି କିଛି ଏମ ବି କେ,ସି ଆର ପି ନିଜ ନାମ ଗୋପନରେ ରଖି କହିବା ସହ ନାମ ପ୍ରକାଶ କଲେ ଆମ ଚାକିରି ପ୍ରତି ବିପଦ ରହିଛି ବୋଲି ସେମାନେ କହିଥିଲେ।ଉକ୍ତ ଏଜେନ୍ସି ଠାରୁ ନିମ୍ନମାନର ଦୁଇଟି ୟୁନିଫର୍ମ ଶାଢ଼ୀ କିଣିବାକୁ ବାଧ୍ୟ ମଧ୍ୟ କରାଯାଉଛି। ଏହା ପୂର୍ବରୁ ୟୁନିଫର୍ମ ବାବଦକୁ ଜିପିଏଲ୍ଏଫ୍ ଏକାଉଣ୍ଟ୍ କୁ ଟଙ୍କା ଆସୁଥିଲା,ସେଥିରୁ ନିଜ ନିଷ୍ପତି ଅନୁଯାୟୀ କିଣା ଯାଉଥିଲା।ସେହିପରି ନିଜ ନା ଗୋପନ ରଖି ଅନ୍ୟଜଣେ କର୍ମଚାରୀ କହିଛନ୍ତି ବନ୍ତ କାଦବରାଙ୍ଗ ଅଞ୍ଚଳର ଗୋଟେ ଏଜେଂସି ୟୁନିଫର୍ମ ଦେବ ସମସ୍ତେ ମିଶନ ଶକ୍ତି ଅଫିସକୁ ନେଇଯିବ। ବିଶେଷ କରି ବିପିସି ଓ ବିପିଏମ ଏଠାରୁ ନେବାକୁ ବାଧ୍ୟ କରିଥିଲେ। ଯାହାକି ଇଚ୍ଛା ନଥିଲେ ବି ସମସ୍ତେ ଏକ ହଜାର ଟଙ୍କା ଦେଇ ଦୁଇଟି ୟୁନିଫର୍ମ ନେଉଛନ୍ତି ଏବଂ ଯେଉଁ ୟୁନିଫର୍ମ ଦେଉଛନ୍ତି ଅତ୍ୟନ୍ତ ନିମ୍ନମାନର ସିନ୍ଥେଟିକ ମେଟେରିଆଲ୍ ଅଟେ। ଅଭିଯୋଗକୁ ନେଇ ମଙ୍ଗଳବାର ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟରେ ଉଭୟ ବିପିଏମ ମିନତି ସାମଲ ଏବଂ ଵିପିସି ସୁବ୍ରତ ନାୟକ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତରୁ ଆସିଥିବା ମିଶନ ଶକ୍ତି ମହିଳା କର୍ମଚାରୀ ମାନଙ୍କୁ ଏକ ହଜାର ଟଙ୍କା ନେଇ ନିମ୍ନମାନର ଦୁଇଟି ୟୁନିଫର୍ମ ଦେଉଥିବା ଦେଖିବାକୁ ମିଳିଥିଲା। ଏ ସଂକ୍ରାନ୍ତରେ ବିପିସି ଶ୍ରୀ ନାୟକ କହିଛନ୍ତି ୟୁନିଫର୍ମ ବଣ୍ଟନରେ ଆମ୍ଭର କୌଣଷି ଭୂମିକା ନାହିଁ, ସେମାନେ ବନ୍ତ କାଦବରାଙ୍ଗ ଅଞ୍ଚଳର ଅନ୍ନପୂର୍ଣ୍ଣା ଟେକ୍ସଟାଇଲ ସହ କଥାବାର୍ତ୍ତା ହୋଇ ନିଜେ ନିଜେ ନେଉଛନ୍ତି।କିଛି କର୍ମଚାରୀ ଙ୍କର ଟ୍ରେନିଂ ରହିଛି ସେହିମାନେ ନିଜେ ନିଜେ ଡ଼ାକି ସେଠାରୁ ନେଉଛନ୍ତି ବୋଲି ବିପିଏମ ମିନତି ସାମଲ କହିଛନ୍ତି। ୟୁନିଫର୍ମ ବଣ୍ଟନ ବିଭାଗର କୌଣଷି ସଂପୃକ୍ତି ନାହିଁ। ଏହାସହ ବ୍ଲକରେ ମୋଟ କେତେ ସଂଖ୍ୟକ ଏମବିକେ, ବ୍ୟାଙ୍କ ମିତ୍ର ଓ ସିଆରପି ମହିଳା କର୍ମଚାରୀ କାର୍ଯ୍ୟରତ ଅଛନ୍ତି ବୋଲି ପଚାରିବାରୁ ସନ୍ତୋଷ ଜନକ ଉତ୍ତର ମିଳି ପାରିନଥିଲା। ଅନ୍ୟପକ୍ଷରେ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଅଭିକ ନାରାୟଣ କହିଛନ୍ତି ୟୁନିଫର୍ମ ମିଶନ ଶକ୍ତି ବିଭାଗ ପକ୍ଷରୁ ସପ୍ଲାଏ କରାଯାଇଛି ଆମେ ବଣ୍ଟନ କରୁଛୁ । ବିଭାଗ ନିଯୁକ୍ତ କରିଥିବା ଏଜେନ୍ସି ସପ୍ଲାଏ ଦେଉଛି ଏବଂ ବ୍ଲକ ଅଧିକାରୀଙ୍କୁ କେବଳ ବଣ୍ଟନ କରିବାକୁ କୁହାଯାଇଛି।ଏହାସହ ୟୁନିଫର୍ମ ବଣ୍ଟନ ନେଇ ସରକାରୀ ନିୟମ ରହିଛି କି ପଚାରିବାରୁ ବିରକ୍ତ ହୋଇ ମୁଁ ଆପଣଙ୍କ ସହ ସେୟାର କରିବାକୁ ବାଧ୍ୟ ନୁହେଁ ବୋଲି କଥା କୁ ଏଡ଼ାଇ ଯାଇଥିଲେ।ଏଥିରୁ ସ୍ପଷ୍ଟ ଅନୁମାନ କରାଯାଏ ଏହି ୟୁନିଫର୍ମ ବଣ୍ଟନ ନେଇ ବ୍ଲକ ମିଶନ ଶକ୍ତି ବିଭାଗ ଓ ଜିଲ୍ଲା ମିଶନ ଶକ୍ତି ବିଭାଗ କଥା ମଧ୍ୟରେ କୌଣସି ତାରତମ୍ୟ ରହୁନଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଯାହାକୁ ନେଇ ୟୁନିଫର୍ମ ବଣ୍ଟନ ଅନିୟମିତତାକୁ ଦୃଷ୍ଟିରେ ରଖି ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ବିଭାଗର ସଚିବ,ଭଦ୍ରକ ଜିଲ୍ଲାପାଳ,ବିଭାଗୀୟ ଅଧିକାରୀଙ୍କ ଦ୍ବାରା ନିରପେକ୍ଷ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଭୋକ୍ତା ମହିଳାଙ୍କ ସହ ସାଧାରଣରେ ଦାବି କରିଛନ୍ତି।


