ସପୁରୀର ଅଭାବୀ ବିକ୍ରି ଯୋଗୁଁ ଡଙ୍ଗରିଆଙ୍କୁ ଘାରିଛି ବିକ୍ରି ଚିନ୍ତା
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ )ନିୟମଗିରି ଅଞ୍ଚଳର ଡଙ୍ଗରିଆ କନ୍ଧଙ୍କୁ ନିଜ ଉତ୍ପାଦିତ ଫସଲକୁ ବିକ୍ରି କରିବା ଚିନ୍ତା ଘାରିଛି ଏବେ ମଧ୍ୟ ବହୁ ଡଙ୍ଗରିଆ ପାରଂପରିକ ଚାଷ କରୁଥିବା ବେଳେ ଜଙ୍ଗଲ ତଥା ଡଙ୍ଗରେ ହିଁ ଚାଷ କରିବାକୁ ପସନ୍ଦ କରୁଛନ୍ତି।ଆର୍ଥିକ ସ୍ଥିତି ସେତେଟା ଭଲ ନଥିବା ଏହି ଜନଜାତିଙ୍କ ଜୀବନ ଜୀବିକାରେ ବିଶେଷ ପରିବର୍ତ୍ତନ ହୋଇପାରି ନାହିଁ। ଏମିତି ସ୍ଥିତିରେ ରାୟଗଡା ଜିଲ୍ଲାରେ ୩୯ ବର୍ଷ ହେଲା ନିୟମଗିରି ଅଞ୍ଚଳର କଲ୍ୟାଣସିଂହପୁର, ମୁନିଗୁଡା ଓ ବିଷମକଟକ ବ୍ଲକରେ ଡଙ୍ଗରିଆ ଉନ୍ନୟନ ସଂସ୍ଥା ଖୋଲାଯାଇଛି। ଡଙ୍ଗରିଆଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତ କରିବାକୁ ବଜାର ବ୍ୟବସ୍ଥା ମଧ୍ୟ କରାଯାଇଛି। କଲ୍ୟାଣସିଂହପୁର ବ୍ଲକର ପାର୍ସାଲି ପଞ୍ଚାୟତରେ ଉକ୍ତ ବଜାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ କରି କଠା ନିର୍ମାଣ କରାଯାଇଛି। ତଥାପି ବିଶେଷ ଫରକ ଦେଖିବାକୁ ମିଳିନାହିଁ।ସତୁରି ବର୍ଷରେ ଅର୍ଥର ଅଭାବରୁ ୮ କିମି ଚାଲିଚାଲି ୧୫ଟି ସପୁରୀ କାନ୍ଧରେ ବୋହି ଆଣି ୧୫୦ ଟଙ୍କାରେ ବର୍ଷାରେ ଭିଜି ଭିଜି ବିକ୍ରି କରିବାକୁ ପଡୁଛି ଦେରୁକୁ କାଡ୍ରାକାଙ୍କୁ।ପରିଣତ ବୟସରେ ନିଜକୁ ସପୁରୀ ଚାଷ କରି ଦୁଇ ପଇସା ରୋଜଗାର କରିବା ଆଶାରେ ଘର ଘର ବୁଲି ବିକବାକୁ ପଡୁଛି। ଅଟରେ ଗାଡ଼ିରେ ଆସିଲେ ୧୦୦ ଟଙ୍କା ଭଡା ଦେବାକୁ ପଡୁଥିବାରୁ ୧୫୦ ଟଙ୍କାରେ ବିକି ଯିବା ଆସିବା ଦୁଇଶହ ଟଙ୍କା ଦେବା କ୍ଷତି ସହିବାକୁ ପଡୁ ଥିବାରୁ ମୁଁ ଚାଲି ଚାଲି ଆସି ବିକ୍ରି କରି ପୁଣି କାଡ୍ରାକା ବଣ୍ଡେଲି ଯିବାକୁ ପଡିବ ବୋଲି ଆମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଛି ଦେରୁକୁ ¡ ତଙ୍ଗରିଆଙ୍କୁ ଉଚିତ ମୂଲ୍ୟ ଯୋଗାଇ ଦେବାକୁ ତତ୍କାଳୀନ ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି ପଦକ୍ଷେପ ଗ୍ରହଣ କରିଥିଲେ। ଡଙ୍ଗରିଆଙ୍କ ସମସ୍ତ ଉତ୍ପାଦିତ ଶଷ୍ୟକୁ ସରକାର କ୍ରୟ କରି ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥାକୁ ବିକ୍ରି କରିବା ପାଇଁ ୨୦୧୫ ମସିହା ଅକ୍ଟୋବର ମାସ ୨୮ତାରିଖ ଦିନ ଦଶ ଲକ୍ଷ ଟଙ୍କା ବ୍ୟୟରେ ବଜାର ନିର୍ମାଣ କରାଯାଇଥିଲା।ତେବେ ଶ୍ରୀ ମହାନ୍ତି ଯିବାପରେ ତିକିତେଏ ଡଙ୍ଗରିଆଙ୍କୁ ଦେଇଥିବା ସବୁ ପ୍ରତିଶ୍ରୁତି ଭୁଲି ଯାଇଥିବା ଅଭିଯୋଗ ହୋଇଛି। ଯାହାଫଳରେ ନିଜ ଫସଲକୁ ଡଙ୍ଗରିଆ ଦଲାଲ ହାତରେ ଟେକି ଦେଉଥିବା କୁହାଯାଉଛି ଡିକେଡିଏର ଆନ୍ତରିକତା ଅଭାବରୁ ଡଙ୍ଗରିଆ ଉତ୍ପାଦିତ ଫସଲକୁ ବଣ ପାହାଡରୁ ବହି ଆସୁଛନ୍ତି। ସେଠାରୁ କୌଣସି ଗାତିରେ କଲ୍ୟାଣସିଂହପୁର, ମାଝିଗୁଡା, ଶିକରପାଇ, ଜେକେପୁର, ରାୟଗଡା ଯାଉଛନ୍ତି। ବଜାରରେ ପହଞ୍ଚିବା ବେଳକୁ ଅଧିକ ଖର୍ଚ୍ଚ ହେଉଥିବା ବେଳେ ଉଚିତ ଦର ମଧ୍ୟ ମିଳୁ ନଥିବା ନେଇ ଅଭିଯୋଗ ହୋଇଛି।ବର୍ଷ ସାରା ତଙ୍ଗରିଆଙ୍କ ଉତ୍ପାଦିତ ଶଷ୍ୟକୁ ଏମିତି ଆଣିବା ନିତି ଦିନିଆ ଘଟଣା। ବର୍ତ୍ତମାନ ଡଙ୍ଗରିଆମାନେ ପାହାଡରେ ବହୁ କଷ୍ଟରେ ସପୁରି ଚାଷ କରିଛନ୍ତି। ଏହାକୁ ଶାଗ ମାଛ ଦରରେ ବିକ୍ରି କରୁଥିବା ପାର୍ସାଲି ଠାରୁ କଲ୍ୟାଣସିଂହପୁର,ଜେକେ ପୁର,ଶିକରପାଇ, ରାୟଗଡା ବଜାରରେ କୁ ନେଇ କରିବାକୁ ଗାଡ଼ି ଭଡ଼ା ଦୁଇ ହଜାର ଟଙ୍କା ଭଡା ଦେବାକୁ ପଢୁଥିବା ପାର୍ସାଲି ଗ୍ରାମର କିଛି ମହିଳା ପ୍ରକାଶ କରିଛନ୍ତି । ଯେତିକି ସପୁରି ବିକ୍ରି କରନ୍ତି ଆଉ ଯାହା ଲାଭ ମିଳେ ତାହା ଗାଡ଼ି ଭଡ଼ା ଦେବାକୁ ଦିନେ ଦିନେ ନିଅଣ୍ଟ ଆଉ ଦିନେ ଦିନେ ଟଙ୍କା ଦୁଇ ସହ ଏତେ ପରିଶ୍ରମ ପରେ ମିଳିଥାଏ ବୋଲି ମହିଳାମାନେ କହିଛନ୍ତି।ତିଜେଡିଏ ସଂସ୍ଥା ଏମାନଙ୍କ ପାଇଁ ବଜାର ବ୍ୟବସ୍ଥା କରିଥିଲେ ମଧ୍ୟ ଡଙ୍ଗରିଆମାନେ କ୍ଷତି ସହିବାକୁ ପଡିନଥାନ୍ତା।ଦଲାଲଙ୍କ ଦ୍ଵାରା ଶୋଷିତ ହୋଇ ସର୍ବସ୍ୱାନ୍ତ ହୋଇଥିଲେ ବି ଏ ଦିଗରେ ଦୃଷ୍ଟିଦେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। କିଛି ବେପାରୀ କମ ଦାମରେ ମଧ୍ୟ ଗାଁକୁ ଯାଇ ସପୁରୀ କିଣି ନେଉଥିବାରୁ ବର୍ତ୍ତମାର ଭଗବାନ କହିଲେ ବୁଲ ହେବନାହିଁ।ଏମିତିକି ଝାଡୁ, ହଳଦୀ, ଖଲିପତ୍ର, କଦଳୀ, କନ୍ଦମୂଳ, ଖମ୍ବଆଳୁ, କାନ୍ଦୁଲ, ତେନ୍ତୁଳି, ଝୁଡ଼ଙ୍ଗ ଭଳି ଡଙ୍ଗରଜାତ ଫସଲ କରି ସବୁବେଳେ ଶୋଷଣର ଶିକାର ହେବାକୁ ପଡୁଛି କିନ୍ତୁ ସଂସ୍ଥା ଡଙ୍ଗରିଆଙ୍କୁ କଦଳୀ, ହଳଦୀ, ଖମ୍ବଆଳୁ, ମାଣ୍ଡିଆ, କାନ୍ଦୁଲ, ଝୁଡ଼ଙ୍ଗ ବିହନ ଦେଇ ଚାଷ କରିବା ପାଇଁ ପ୍ରବର୍ତାଉଥିବା ବେଳେ ଉତ୍ପାଦିତ ଫସଲକୁ କିଣିବା ପାଇଁ ଅଧିକାରୀମାନେ ମୁହଁ ଦେଖାଉ ନାହାନ୍ତି ବୋଲି ବୋଲି ଡଙ୍ଗରିଆମାନେ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କାର ଯୋଜନା ହେଉଥିବା ବେଳେ ବାସ୍ତବରେ କିନ୍ତୁ ନିୟମଗିରି ଡଙ୍ଗରିଆ ଉପକୃତ ହେଉ ନଥିବା ଦେଖିବାକୁ ମିଳିଛି। ସଂସ୍ଥା ସପୁରି କିଣି ଅନ୍ୟ ସଂସ୍ଥା ନିକଟରେ ବିକ୍ରି କରିବା ପାଇଁ ଆଗ୍ରହ ପ୍ରକାଶ ନକରି ଡଙ୍ଗରିଆଙ୍କ ଉପରେ ଦୋଷ ଲଦି ଦେଉଥିବା ଅଭିଯୋଗ ମିଳିଛି। ତେଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ତଙ୍ଗରିଆମାନେ ଦାବି କରିଛନ୍ତି ।


