ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ନୂତନ ପରିଚାଳନା ସମିତି

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ରେ ୧୯୮୯ ରେ ଆରମ୍ଭ କରାଯାଇଥିବା ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର ନୂତନ ପରିଚାଳନା ସମିତି ଚୟନ ଅନୁଷ୍ଟିତ ହୋଇଯାଇଛି। ଉପଦେଷ୍ଟା ଭାବେ ଭଞ୍ଜନଗର ର କୃତ୍ତିବାସ ବିଶ୍ୱାଳ, ବୁଗୁଡା ର ଇଂ ପ୍ରଶନ କୁମାର ଦାସ, ବ୍ରହ୍ମପୁର ର ବନ୍ଦନା ପଣ୍ତା, ତୁଲସୀପଲ୍ଲୀ ର ସୁବାସ ଚନ୍ଦ୍ର ତାରିଣୀ ଓ ବ୍ରହ୍ମପୁର ର ରାଜଲକ୍ଷ୍ମୀ ମିଶ୍ର ଙ୍କୁ ଚୟନ କରାଯାଇଛି। ସେହିପରି ଆବାହିକା ଭାବେ ଜଗନ୍ନାଥ ପ୍ରସାଦ ର ଡକ୍ଟର ରୋଜାଲିନ ସେନାପତି, ସଭାପତି ଭାବେ ବୁଗୁଡ଼ା ର ଗୌରିପତି ଦାଶ, କାର୍ଯ୍ୟକାରୀ ସଭାପତି ଭାବେ ଆଙ୍କୁଶପୁର ର ବି.ଗୋବିନ୍ଦ ରାଓ, ଉପସଭାପତି ଭାବେ ଗାଲେରୀ ର ସୁନୀଲ କୁମାର ଗୌଡ, ବୁଗୁଡ଼ା ର ସୂର୍ଯ୍ୟ ନାରାୟଣ ଦାଶ, ଭଞ୍ଜନଗର ର ସନ୍ତୋଷ କୁମାର ଜେନା ଓ ଆସିକା ର ଅମୂଲ୍ୟ କୁମାର ଦାଶ, ସାଧାରଣ ସମ୍ପାଦକ ଭାବେ ବ୍ରହ୍ମପୁର ର ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର, ସମ୍ପାଦକ ଭାବେ ନଳବଣ୍ଟା ର ନରସିଂହ ଆଚାର୍ଯ୍ୟ, ବ୍ରହ୍ମପୁର ର ସୁନୀଲ କୁମାର ପ୍ରଧାନ, ହିଞ୍ଜଳିକାଟୁ ର ରାଜେଶ କୁମାର ପାତ୍ର ଓ ଗାଙ୍ଗପୁର ର ରୁଦ୍ର ନାରାୟଣ ନାୟକ, ସମ୍ପାଦିକା ଭାବେ ବ୍ରହ୍ମପୁର ର ବନ୍ଦନା ମହାପାତ୍ର ଓ ଫାସି ର ପ୍ରମିଳା ପାଣି, ସହସମ୍ପାଦକ ଭାବେ କ୍ଷେତ୍ରୀୟବରପୁର ର ସୌରଭକାନ୍ତ ତ୍ରିପାଠୀ ଓ ବୁଗୁଡା ର ସୁରେଶ ଚନ୍ଦ୍ର ପାଢ଼ୀ ଙ୍କୁ ଚୟନ କରାଯାଇଛି। ଉପୋରକ୍ତ କର୍ମକର୍ତ୍ତା ବୃନ୍ଦ ୦୧/୦୮/୨୬ ତାରିଖ ଠାରୁ ୩୧/୦୭/୨୮ ତାରିଖ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଦାୟିତ୍ୱରେ ରହିବେ ବୋଲି ସାଧାରଣ ସମ୍ପାଦକ ଡ଼କ୍ଟର ଶ୍ୟାମା ପ୍ରସାଦ ମିଶ୍ର ଲିଖିତ ଭାବେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ