ବିଦ୍ୟାଳୟ ପରିସରରେ ପାଣି, ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଗତ ୨ ଦିନ ହେବ ଲଘୁଚାପ ଜନିତ ବର୍ଷା ଫଳରେ ବ୍ଲକ ଅଧିନ ନିଳୋକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଣି ଜମି ରହିଛି l ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଅସୁବିଧା ଭୋଗୁ ଥିବା ଜଣା ଯାଇଛି l ପ୍ରକାଶ ଯେ, ଗତ ୪ ବର୍ଷ ତଳେ ୫ଟି ଯୋଜନାରେ ଏହି ବିଦ୍ୟାଳୟର ଶ୍ରେଣୀ ଗୃହ ମରାମତି ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରା ଯାଇଥିଲା l ସେତେବେଳେ ବିଦ୍ୟାଳୟ ଫାଟକ ଠାରୁ ଅଫିସ ପର୍ଯ୍ୟନ୍ତ ରାସ୍ତା ଏବଂ ଶ୍ରେଣୀ ଗୃହ ସମ୍ମୁଖ ସ୍ଥାନରେ କଂକ୍ରିଟ ଢଳେଇ ହୋଇଥିଲା l ମାତ୍ର ପରବର୍ତ୍ତୀ ଅବସ୍ଥାରେ ବିଦ୍ୟାଳୟ ଫାଟକ ଠାରୁ ଅଫିସ ପର୍ଯ୍ୟନ୍ତ ରାସ୍ତାରେ ବର୍ଷା ଦିନେ ଆଣ୍ଠୁଏ ପାଣି ଜମି ରହୁଛି l ଏହାର ପ୍ରତିକାର ପାଇଁ ବିଦ୍ୟାଳୟ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ l ଏବେ ଲଘୁଚାପ ବର୍ଷାରେ ବିଦ୍ୟାଳୟ ପରିସରରେ ପାଣି ଜମି ରହିବା ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି l ବ୍ଲକ ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ଓ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l


