ପିପୁଲସ କଲେଜର ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା
ବୁଗୁଡ଼ା,(ଅନୀଲ କୁମାର ମହାରଣା) : ବୁଗୁଡ଼ା ପିପୁଲସ କଲେଜର ସମ୍ମିଳନୀ କକ୍ଷରେ ନୂତନ ଅଧ୍ୟକ୍ଷ ଭଗବାନ ଶତପଥୀଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ବୃନ୍ଦ ନୂତନ ଅଧ୍ୟକ୍ଷ ଶ୍ରୀ ଶତପଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଆନ୍ତରିକ ଶୁଭେଚ୍ଛା ଓ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ନିଜର ବକ୍ତବ୍ୟରେ ନୂତନ ଅଧ୍ୟକ୍ଷ ଶ୍ରୀ ଶତପଥୀ କହିଥିଲେ ଯେ, “ପ୍ରତ୍ୟେକ ଅନୁଷ୍ଠାନର ପ୍ରଗତି ଓ ସଫଳତା ସାମୂହିକ ଉତ୍ତରଦାୟିତ୍ୱ, ପାରସ୍ୱରିକ ସହଯୋଗ ଓ ଦଳଗତ ମନୋଭାବ ଉପରେ ନିର୍ଭର କରେ।” କଲେଜର ଶିକ୍ଷା ଓ ଶୃଙ୍ଖଳା କ୍ଷେତ୍ରକୁ ଆହୁରି ଶ୍ରେଷ୍ଠତର କରିବା ପାଇଁ ଆମ କଲେଜ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ନିଷ୍ଠା, ସମର୍ପଣ ଓ ପାରସ୍ପରିକ ସମ୍ମାନର ସହ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଶତପଥୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଏକତା, ନିଷ୍ଠା ଓ ଶ୍ରେଷ୍ଠତା ମାଧ୍ୟମରେ କଲେଜକୁ ଏକ ଶୃଙ୍ଖଳିତ ଓ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ସଂକଳ୍ପ ନେଇଥିଲେ।


