ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା

ନୂଆଦିଲ୍ଲୀ- ଭାରତୀୟ ନୌସେନାକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ଏକ ପାର୍ଲାମେଣ୍ଟାରି କମିଟି ପକ୍ଷରୁ କୁହାଯାଇଛି । ନିଜ କ୍ଷମତା ବୃଦ୍ଧି ପାଇଁ ୨୪ଟି ବୁଡ଼ାଜାହାଜ ନିର୍ମାଣ କରିବାକୁ ଯାଉଛି । ସେଥିମଧ୍ୟରୁ ୬ଟି ବୁଡ଼ାଜାହାଜର ଆଣବିକ ଆକ୍ରମଣ କ୍ଷମତା ରହିବ । ଏହା ସହିତ ୧୫ଟି ପାରମ୍ପରିକ ଓ ଦୁଇଟି ଆଣବିକ ବୁଡ଼ାଜାହାଜ ରହିଛି । ଆଇଏନ୍ଏସ୍ ଅରିହନ୍ତ ସେବାରେ ନିୟୋଜିତ ହୋଇଥିବାବେଳେ ଆଇଏନ୍ଏସ୍ ଚକ୍ରକୁ ରୁଷିଆଠାରୁ ନିଆଯାଇଛି। ପାରମ୍ପରିକ ବୁଡ଼ାଜାହାଜଗୁଡ଼ିକ ମଧ୍ୟରୁ ଅଧିକାଂଶ ୨୫ ବର୍ଷ ପୁରୁଣା । ୧୩ଟିର ବୟସ ୧୭ରୁ ୩୨ ବର୍ଷ ମଧ୍ୟରେ ହେବ। ୧୮ଟି ପାରମ୍ପରିକ ଏବଂ ୬ଟି ଏସ୍ଏସ୍ଏନ୍ (ନ୍ୟୁକ୍ଲିୟର ଆଟେକ ସବ୍ମେରିନ୍) ନିର୍ମାଣ ପାଇଁ ଯୋଜନା ରହିଛି ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ