ଚୋରା ମଦ ଜବତ,୯ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, କେନ୍ଦ୍ରାପଡ଼ା ସଦର, ପାଟକୁରା, ମାର୍ଶାଘାଇ, ଡେରାବିଶ ଓ କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଗୋପାଳପୁର ଗ୍ରାମର ଚୀନା ମଲ୍ଲିକ(୭୦)ଙ୍କ ନିକଟରୁ ୧୫ ଲିଟର ଚୋରା ଦେଶୀ ମଦ, ଚଣ୍ଡିଆଗଡ଼ି ଗ୍ରାମର କବିତା ମଲ୍ଲିକ(୩୦)ଙ୍କ ନିକଟରୁ ୨୭ ଲିଟର ଚୋରା ବିଦେଶୀ ମଦ, କାନପୁର ଗ୍ରାମର ରତ୍ନାକର ଜେନା(୫୦)ଙ୍କ ନିକଟରୁ ୧୧ ଲିଟର ଚୋରା ବିଦେଶୀ ମଦ, ବ୍ରହ୍ମପୁର ଗ୍ରାମର ମିଟୁନା ଜେନା(୩୨)ଙ୍କ ନିକଟରୁ ୧୩ ଲିଟର ଚୋରା ବିଦେଶୀ ମଦ, ନାନାକାର ଗ୍ରାମର କେଶବ ଚନ୍ଦ୍ର ସ୍ୱାଇଁ (୩୦)ଙ୍କ ନିକଟରୁ ୧୮ ଲିଟର ଚୋରା ବିଦେଶୀ ମଦ, ବାଲିଆ ଭଗବତପୁର ଗ୍ରାମର ଗୁରୁଚରଣ ମଲ୍ଲିକ(୬୨)ଙ୍କ ନିକଟରୁ ୩୨ ଲିଟର ଚୋରା ବିଦେଶୀ ମଦ, ବିଷକ ଗ୍ରାମର ପ୍ରେୟାଦୀପ୍ତ ସେଠୀ(୬୦ )ଙ୍କ ନିକଟରୁ ୨୦ ଲିଟର ଚୋରା ବିଦେଶୀ ମଦ, ଆଠବାଟିଆ ଗ୍ରାମର ସନ୍ତୋଷ ବେହେରା(୩୪)ଙ୍କ ନିକଟରୁ ୩୦ ଲିଟର ଚୋରା ବିଦେଶୀ ମଦ ଏବଂ କଜଳା ଗ୍ରାମର କୁନି ଦାସ(୪୫)ଙ୍କ ନିକଟରୁ ୨୫ ଲିଟର ଚୋରା ବିଅର ଜବତ କରାଯାଇଥିଲା। ଏହି ଚଢ଼ାଉରେ ସମୁଦାୟ ୧୯୧ ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ୯ ଜଣ ଚୋରା ମଦବେପାରୀଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ସୁଶ୍ରୀ ଋତୁପ୍ରଭା ସ୍ୱାଇଁଙ୍କ ସମେତ ଅବକାରୀ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


