ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଅଞ୍ଚଳବାସୀ ଭୟ ଭିତ ଅବସ୍ଥାରେ ରହିଛନ୍ତି l ଏବେ ଆର୍ଯ୍ୟପଲ୍ଲୀ ଗ୍ରାମକୁ ସଂଲଗ୍ନ ହୋଇଥିବା ରାସ୍ତା ଓ ଗଙ୍ଗାଦେବୀ ମନ୍ଦିରଟି ଏବେ ସମୁଦ୍ର କୂଳ ମଧ୍ୟରେ ଲୀନ ହେବା ପରେ ଅଞ୍ଚଳବାସି ଙ୍କ ଭୟ ଦ୍ବିଗୁଣିତ ହୋଇଯାଇଛି l ସ୍ଥାୟୀ ପ୍ରତିକାର ନିମନ୍ତେ ବିଭିନ୍ନ ଫୋରମ ରେ କହି ଆସୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରୁନି l ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସମୁଦ୍ର ଦିନକୁ ଦିନ କୂଳ ଲଙ୍ଘି ଗ୍ରାମ ଆଡକୁ ଅଗ୍ରସର ହେଉଥିବାରୁ ଆର୍ଯ୍ୟପଲ୍ଲୀ ଗ୍ରାମଟି ଦିନେ ନା ଦିନେ ସମୁଦ୍ର ର ଆଁ ଭିତରକୁ ଚାଲିଯିବ ବୋଲି ଭୟଭିତ ହୋଇପଡିଛନ୍ତି ଗ୍ରାମବାସୀ ମାନେ l ପୂର୍ବରୁ ସମୁଦ୍ର ଗ୍ରାମର ୨ କିଲୋମିଟର ଦୂରରେ ଥିବା ବେଳେ ଏବେ ଆଉ ମାତ୍ର ୫୦ ମିଟର ଦୂରରେ ରହିଛି ଗ୍ରାମର ଶେଷ ଭାଗରେ ଥିବା କୋଠ ଘର, ମନ୍ଦିର ଆଦି ସମୁଦ୍ର ଗର୍ଭରେ ମିଶି ଯାଇଥିବାରୁ ଗ୍ରାମବାସୀ ମାନେ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରି ଆସୁଥିଲେ l ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାପ୍ରଶାସନ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ l ଏବେ ଗାର୍ଡ ୱାଲ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବି କରୁଛନ୍ତି l ଜଳସେଚନ ବିଭାଗର ଅଧିକ୍ଷକ ଯନ୍ତ୍ରୀଙ୍କୁ ବୈଷୟିକ ବିଶ୍ଳେଷଣ କରି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଡିପିଆର୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉ କି, ପୂର୍ବରୁ ଚେନ୍ନାଇ ସ୍ଥିତ ଜାତୀୟ ସମୁଦ୍ର ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ପକ୍ଷରୁ ଚିକିଟି ବ୍ଲକର ରାମୟାପାଟଣା ଓ  ଆର୍ଯ୍ୟପଲ୍ଲୀ ବେଳାଭୂମି କ୍ଷୟ ଉପରେ ବିଶ୍ଳେଷଣ କରି ତାହାର ଡିପିଆର୍ ଅତି ନିକଟରେ ପ୍ରସ୍ତୁତ ହେବାକୁ ଯାଉଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ଏବେ ସମୁଦ୍ର କୂଳ ଲଙ୍ଘିବା ପରେ ଗାର୍ଡ ୱେଲ କାର୍ଯ୍ୟ ଶୀଘ୍ର ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି l ନଚେତ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହୁତି ଦେବେ ବୋଲି ସେମାନେ ଚେତାବନି ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ