ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ପଞ୍ଚମ ବାର୍ଷିକ ସମାରୋହ

ଛତ୍ରପୁର (ଓ୍ବାଇଏନଏସ) : ଛତ୍ରପୁର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ପଞ୍ଚମ ବାର୍ଷିକ ଉତ୍ସବ  ଶିବକୁମାରପଟ୍ଟନାୟକ ରିଡିଙ୍ଗ ରୁମ ପରିସର ରେ ମହା ସମାରୋହରେ   ପାଳିତ ହୋଇଯାଇଛି l  ଟ୍ରଷ୍ଟ ର ସଭାପତି ତଥା ଛତ୍ରପୁର ଏନଏସି ର ୧୦ ନଂ ୱାର୍ଡ କାଉନ ସିଲର ଦେବାଶିଶ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଷ୍ଟ ର ବିଭିନ୍ନ ଜନ କଲ୍ୟାଣକାରି କାର୍ଯ୍ୟକୁ ପ୍ରଶଂସା କରିବା ସହିତ  ଏଭଳି କାର୍ଯ୍ୟ ଜାରି ରହୁ ବୋଲି କହିଥିଲେ  l ସମ୍ମାନିତ ଅତିଥି ଭାବେ ୟୁରୋ ସ୍କୁଲ ର ମୁଖ୍ୟ ତଥା ଯୁବ ଆଇନଜୀବୀ ରଞ୍ଜନ ମହାପାତ୍ର ଯୋଗଦେଇ ଟ୍ରଷ୍ଟ ର କାର୍ଯ୍ୟକ୍ରମ କୁ ଶୁଭେଚ୍ଛା ଜଣାଇଥିଲେ  l  ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର  ଆଇନ ପରାମର୍ଶ ଦାତା ବିଜୟ କୃଷ୍ଣ ପଟ୍ଟନାୟକ,  ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ଉପଦେଷ୍ଟା ପ୍ରଶାନ୍ତ କୁମାର ଶତ ପଥି,  ଯୁଗ୍ମ ସମ୍ପାଦିକା ଗୀତା ସାହୁ  ଯୋଗଦେଇ ଟ୍ରଷ୍ଟ ର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ l ଏହି ଅବସରରେ ଗଞ୍ଜାମ ମାଟିର ଗୌରବ ‘ଭାରତ ଲୀଳା’କୁ ନିଜ ସାଧନାରେ ବଞ୍ଚାଇ ରଖିଥିବା ମହାନ ଗୁରୁ ସନ୍ତୋଷ ପାଢ଼ୀ,  ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ କବି ସୁଶାନ୍ତ ଦାସ, ସଙ୍ଗୀତ ଗୁରୁ ଗଣେଶ ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ  ଗୌରୀ ଶତପଥୀ, ବିଦ୍ୟୁତ ବିଭାଗରଉତ୍ତମ ସେବା ପ୍ରଦାନକାରୀ ଲାଇନମେନ ଦୀନବନ୍ଧୁ ଦାଶ ଏବଂ ପାରଳା ଯାନ୍ତ୍ରିକ କଲେଜ ର ଶେଷବର୍ଷ ଛତ୍ରୀ, ଚିତ୍ରଶିଳ୍ପୀ ଓ କବି ଶୁଭ ସ୍ମିତା ପଣ୍ଡାଙ୍କୁ ମାନପତ୍ର, ଉପଢୌକନ ଓ ସ୍ମାରକୀ ଦେଇ  ବିଧାୟକ ଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଶେଷରେ ସମସ୍ତ କାଉନ ସିଲର ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ମଧ୍ୟ ବିଧାୟକ  ସମ୍ବର୍ଦ୍ଧନା ପ୍ରଦାନ  କରିଥିଲେ l ଏହି ଅବସରରେ ଯୁବ ସମାଜସେବୀ ଦୀପକ ମୁଦୁଲି, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ବିଜେଡି ନେତା ଶଙ୍କର ପ୍ରସାଦ ଦାଶ, ନଗର ବିଜେଡି ସଭାପତି ବି.ରାଜୁବାବୁ, ପୂର୍ବତନ କାଉନସିଲର ରାଜେଶ ସାହୁ ଓ କିଶୋର ଚନ୍ଦ୍ର ସେନାପତି, ସୋମନାଥ ସାହୁ, ସରକାରୀ ଓକିଲ ପ୍ରଦୀପ କୁମାର ପାଢ଼ୀ, ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବି. ସୋମନାଥ ପାତ୍ର, ଉପସଭାପତି ପି. ରାମବାବୁ ଙ୍କ ସମେତ ଛତ୍ରପୁର ସହରର ବହୁ ବୁଦ୍ଧିଜୀବୀ,ସମସ୍ତ କାଉନ ସିଲର, ଜନ ପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ  ଟ୍ରଷ୍ଟର ଉପଦେଷ୍ଟା ଡ଼. ପ୍ରଶାନ୍ତ କୁମାର ଶତପଥୀ ସଂଯୋଜନା କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ, ଶେଷରେ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସର ରେ ସମାଜ ସେବୀ ଦୀପକ ମୁଦୁଲି ରାଧେଶ୍ୟାମ ଫାଉଣ୍ଡେସନ କୁ ବୃଦ୍ଧାଶ୍ରମର କାର୍ଯ୍ୟକାରୀ ନିମନ୍ତେ ୫ ବର୍ଷରେ ୧୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ ବୋଲି ମଞ୍ଚ ରେ ଘୋଷଣା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ