ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ମାସିକ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକସ୍ଥିତ ହରିହର ନୋଡାଲ ଉପ୍ରା ବିଦ୍ୟାଳୟ କ୍ଲଷ୍ଟର ସ୍ତରୀୟ ୨ୟ ମାସିକ ବୈଠକ(ଏମସିଏମ) ଦୋଳପଦୀସ୍ଥିତ ଆନନ୍ଦରାମ ପାଟୋଡିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି l ସିଆରସିସି ରାଜେନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମର ସଫଳ ରୂପାୟନ, ଶିକ୍ଷାଦାନ ପ୍ରଣାଳୀକୁ ଅଧିକ ଫଳପ୍ରଦ କରିବା, ଶ୍ରେଣୀ କକ୍ଷରେ ଶିକ୍ଷଣ ଓ ଶିକ୍ଷାଦାନର ବୃଦ୍ଧି ସହ କୋମଳମତୀ ପିଲାଙ୍କର ସଂଖ୍ୟା ଜ୍ଞାନ ଓ ଭାଷା ଜ୍ଞାନର କିପରି ବିକାଶ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା l ବୈଠକକୁ ଆନନ୍ଦ ରାମ ପାଟୋଡିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନିରୂପମା ଦାସ ଉଦଘାଟନ କରିଥିବା ବେଳେ ବେଗନା ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ବାରିକ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଶିକ୍ଷକ ନାରାୟଣ ଚନ୍ଦ୍ର ମିଶ୍ର ଜଗନ୍ନାଥ ଶ୍ଳୋକ ପାଠ କରିଥିଲେ l ବୈଠକରେ ବଟକୃଷ୍ଣ ସେଠୀ , ଅଜିତ ମୁର୍ମୁ, ମୁରଲୀଧର ମିଶ୍ର, ଗୁରୁ ଚରଣ ମାଝୀ,ଗଣେଶ ପ୍ରସାଦ ସେଠୀ,ରାଜେଶ ଭୂୟାଁ,ଅଜୟ କୁମାର ପଣ୍ଡା, କାନନ ଦାସ, ନରେଶ କୁମାର ସାମଲ, ରାଧାରାଣୀ ସେଠୀ,ଅଞ୍ଜଳି ବେହେରା , ନିରୁପମା ପୃଷ୍ଟି, ଅଞ୍ଜଳି ମୁର୍ମୁ , ପ୍ରଭାତୀ ନାୟକଙ୍କ ସମେତ ୮ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଭାଷା ଓ ସଂଖ୍ୟା ଜ୍ଞାନର ବିକାଶ ପାଇଁ ଉତ୍ସର୍ଗୀକୃତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ମଧୁସୂଦନ ରାଉତ, ସମର କୁମାର ଜେନା , ଶିକ୍ଷୟିତ୍ରୀ ପଦ୍ମିନୀ ଦାସ୍ , ସୁକାନ୍ତୀ ସେଠୀ, ଶିକ୍ଷା କର୍ମଚାରୀ ଶରତ କୁମାର ଜେନା , ମଧୁମଙ୍ଗଳ ରାମ କୁମାର ସାହୁ, ମହେଶ୍ୱର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭଗୀରଥ ସାହୁଙ୍କ ସମେତ ସମସ୍ତ ଓ ସଭ୍ୟା ସଭ୍ୟ ମାନେ ସହଯୋଗ କରିଥିଲେl


