ବନ୍ୟା ପାଣିକୁ ନେଇ ବଢ଼ିଛି ଟେନସନ୍; ବୋଲବମ୍ ଭକ୍ତଙ୍କୁ ଘାଟ ଭିତରକୁ ମନା

କଟକ, (ଓ୍ବାଇଏନଏସ): ବନ୍ୟା ପାଣି ଭିତରେ ବୋଲବମ୍ ଭକ୍ତଙ୍କ ବଢ଼ିଛି ଟେନସନ୍। କାରଣ ଫୁଲିଥିବା ମହାନଦୀରୁ ପାଣି ଉଠାଇଲା ବେଳେ ମନରେ ଛନକା। ଏଥିପାଇଁ କଟକ ମହାନଦୀର ଗଡ଼ଗଡ଼ିଆ ଘାଟରେ ଅଗ୍ନିଶମବାହିନୀ ଓ ପୋଲିସ୍ ପଇନ୍ତରା ମାରୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଘାଟ ଭିତରକୁ ସାଧାରଣ ଲୋକଙ୍କୁ ଛଡା ଯାଉନଥିବା ବେଳେ ବ୍ୟାରିକେଡ଼ କରାଯାଇ କେବଳ କାଉଡିଆଙ୍କୁ ଛଡାଯାଉଛି। କମିଶନରେଟ ପୋଲିସ ସହ ନଦୀରେ ଓଡ୍ରାଫ ଓ ଏନଡିଆରଫ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ