ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଜୋରଦାର

ବ୍ରହ୍ମପୁର,(ମନୋଜ କୁମାର  ସାହୁ): ନୂତନ ବର୍ଷ ପାଇଁ ରେଶମ ସହର ବ୍ରହ୍ମପୁର ବେଶ୍ ଚଳଚଞ୍ଚଳ । ଆଉ ଗୋଟିଏ ଦିନ ପରେ ୨୦୧୯ ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷ ୨୦୨୦ କୁ ସ୍ୱାଗତ କରିବେ ଦେଶବାସୀ । ଏଥିଲାଗି ବ୍ରହ୍ମପୁର ସହରର ବଜାର ଠାର  ଆରମ୍ଭ କରି ବିଭିନ୍ନ ସପିଂ ମହଲ,ହୋଟେଲ ସମେତ ବିଭିନ୍ନ କ୍ଲବ ତରଫରୁ ଜିରୋ ନାଇଟ୍ ପ୍ରସ୍ତୁତି ନିମନ୍ତେ ଜୋରସୋରରେ ଲାଗିପଡିଛନ୍ତି କର୍ମଚାରୀ । ନୂତନ ବର୍ଷକୁ ଧୁମଧାମରେ ପାଳନ କରିବା ସହ ରଂଗାରଂଗ କାର୍ଯ୍ୟକ୍ରମକୁୂ କିପରି ଶୃଙ୍ଖଳିତ ଭାବରେ ନିଜର ବନ୍ଧୁବାନ୍ଧବ ସମେତ ସାଙ୍ଗସାଥିମାନେ  ଉପଭୋଗ କରିପାରିବେ ସେଥିପ୍ରତି ବିଭିନ୍ନ କ୍ଲବ ତରଫରୁ ଜିରୋ ନାଇଟ୍ ନିମନ୍ତେ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ  ପ୍ରସ୍ତୁତି ଏବେ  ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା  ୟୁନିୟନର କ୍ଲବ  ସଂପାଦକ ମାନେ ମତ ପ୍ରକାଶ କରିଛନ୍ତି । ଏଥିସହ ସୁରକ୍ଷା ଦୃଷ୍ଟିରୁ ରାତିରେ  ପୋଲିସ ମୃତୟନ କରାଯିବ ବୋଲି ୟୁନିୟନ କ୍ଲବର  ସଂପାଦକ ବାଳକୃର୍ଷ୍ଣ ସାହୁ  ପ୍ରକାଶ କରିଛନ୍ତି । ଏଥିସହ ଦର୍ଶକଙ୍କ ମନୋରଂଜନ ନିମନ୍ତେ କଲିକତା ଓ ସହରର ନାମୀଦାମୀ କଣ୍ଠଶିଳ୍ପି ସମେତ ଆନ୍ଦ୍ରପ୍ରଦେଶର ଡ୍ରେନ୍ସ ଗ୍ରୁପ ଆସିବେ ବୋଲି ଜଣାପଡିଛି । ଏଥିଲାଗି ବ୍ରହ୍ମପୁର ରେଶମ ସହର ବ୍ରହ୍ମପୁର ସହର ବେଶ ଚଳଚଞ୍ଚଳ ରହିଛି । ନୂତନ ବର୍ଷ ପାଇଁ ଆବାଳ ବୃଦ୍ଧା ବନିତା ମାନଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ