ମହମ୍ମଦ ରଫିଙ୍କ ସ୍ମୃତିରେ ସଂଗୀତ ପରିବେଷଣ
ମାଲକାନଗିରି, (, ଡଃ ଶିବ ନାରାୟଣ ପାତ୍ର): ସେଭେନ ହାରମୋନିକ ମ୍ୟୁଜିକ ଅଣ୍ଡ କଲଚୁରାଲ ଗ୍ରୁପ , ମାଲକାନଗିରି ତରଫରୁ ମହମ୍ମଦ ରଫି ନାଇଟ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି। ଏହି ନାଇଟ କାର୍ଯ୍ୟକ୍ରମ କୁ ଡେପୁଟି କମାଣ୍ଡଣ୍ଟ ରବି ଶଙ୍କର ସେନା ସୁରକ୍ଷା ବାହିନୀ, ମାଲକାନଗିରି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ମୁଖ୍ୟ ଵକ୍ତା ଭାବେ ସମାଜସେବୀ ରତ୍ନାକର ଦାସ ପୁଷ୍ପମାଲ୍ୟ ଦେଇ ରଫିଙ୍କ ପୁରୁଣା ଗୀତାର ସ୍ୱାଦ ଅଲଗା କହି ଅଭିଭାଷଣ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ଅତିଥି ରୂପେ ଡ଼ଃ ରଞ୍ଜନ କୁମାର ସ୍ୱାଇଁ “ପ୍ରକୃତି ବନ୍ଧୁ” ତଥା ଅଧ୍ୟାପକ ମାଲକାନଗିରି ମହାବିଦ୍ୟାଳୟ ଉପସ୍ଥିତ ଗାୟକ ଗାୟିକା ଏବଂ ଦେଖଣାହାରୀଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମେ ରଫି ଙ୍କ ଫୋଟ ଚିତ୍ରରେ ଅତିଥି ଙ୍କ ଦ୍ଵାରା ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ। ପିଣ୍ଟୁ ବିଶ୍ୱାସ ଘୋଷକ କାର୍ଯ୍ୟକ୍ରମରେ ରହି ସୁଦ୍ଧା ରଫିଙ୍କ ସ୍ମୃତିରେ ଗୀତଗାଇ ଦର୍ଶକ ମାନଙ୍କୁ ଝୁମାଇଥିଲେ। ଦୀପକ ନାୟକ ଅର୍ଗାଅନ , ପୂର୍ଣ୍ଣ ନାୟକ ତବଲା ବାଦକ, ଅନୀଲ ବାବୁ ଗୀଟର, ବିଜୟ ଖୀତି ଓ ବାବୁଲି ଅକ୍ଟୋପେଡ ବଜାଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରାଇଥିଲେ। ଜ୍ୟୋତି ଭୌମିକ , ସୁକଦେଵ ବୈରାଗୀ, ସଞ୍ଜୟ ମାଲାକାର, ମହେନ୍ଦ୍ର ପାତୀକା, ବନମାଳୀ କୁମାର, ବାବୁନା ଖରା , ବିଜୟ ସାମନ୍ତରାୟ, ଲଷ୍ମୀ ବେହେରା, ପ୍ରିୟା ବେହେରା, ଅଞ୍ଜଳି ବିଶ୍ୱାସ ପ୍ରମୁଖ ଗୀତଗାଇ ଦର୍ଶକଙ୍କ ମନମୁଗ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମାଲକାନଗିରିର ଏକ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ଉପସ୍ଥିତି ରହି ରଫିଙ୍କ ୟାଦେ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ପୁରୁଣା ମେଡିକାଲ ଛକ ରେ ଆୟୋଜିତ ହୋଇଥିବାରୁ ମାଲକାନଗିରି ର କଳାପ୍ରେମୀ ମାନେ ଭୁରିୟସୀ ପ୍ରଶଂସା କରିଥିଲେ। ଜି. ଶ୍ରୀନିବାସ ରାଓ, ବଣିକ ସଙ୍ଘ ସଭାପତି ସୁରେଶ ଶୋମାନୀ, ଏସ ସାଇବାବୁ ପ୍ରମୁଖ ଯୁବଗୋଷ୍ଠୀ ସହଯୋଗର ହାତ ବଢ଼ାଇ ଥିଲେ ।


