ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ସମନ୍ୱୟ ସମିତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟକାରୀ ସମିତି ବୈଠକ ଓ ଜିଲ୍ଲାର ଶାଖା ସଂଘ ମାନଙ୍କର ସମନ୍ୱୟ ସମିତି ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଇଂ ବନମାଳୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ସାହୁ, ଉପସଭାପତି ସୁଦର୍ଶନ ଦାସ, ଯୁଗ୍ମ ସମ୍ପାଦକ ରବୀନ୍ଦ୍ର ମହାନ୍ତି ଓ ସାବିତ୍ରୀ ଦାସ, ଅର୍ଥ ସମ୍ପାଦକ ଯୁଧିଷ୍ଠିର ନନ୍ଦ, ସାଂସ୍କୃତିକ ସମ୍ପାଦକ ଭାଗବତ ଦଳାଇ ମଞ୍ଚାସୀନ ଥିଲେ। ସଂଗଠନ ସମ୍ପାଦକ ପଣ୍ଡିତ ସଞ୍ଜୟ ପଣ୍ଡା ବେଦ ପାଠ କରିଥିଲେ। ସାଧାରଣ ସମ୍ପାଦକ ଦାମୋଦର ନାୟକ ଆଜିର ବୈଠକ ଜିଲ୍ଲା ସଂଘ ଓ ଶାଖା ସଂଘମାନଙ୍କ ମଧ୍ୟରେ ସମନ୍ୱୟର ଆବଶ୍ୟକତା, ସାଙ୍ଗଠନିକ ସ୍ଥିତି ଓ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା ପାଇଁ ଉଦ୍ଦିଷ୍ଟ ବୋଲି କହିବା ସହିତ ଜିଲ୍ଲା ସଂଘ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାବଳୀର ଉଲ୍ଲେଖ କରିଥିଲେ। ଉପସଭାପତି ସୁଦର୍ଶନ ଦାସ ସଂଘୀୟ ଏକତାର ଆବଶ୍ୟକତା ଓ ଶାଖା ସଂଘମାନେ ସୁସଂଗଠିତ ରହିଲେ ଜିଲ୍ଲା ସଂଘ ସୁଦୃଢ଼ ରହିବ ବୋଲି ମତ ବ୍ୟକ୍ତ କରିଥିଲେ। ଅଷ୍ଟମ ବେତନ କମିଶନରେ ପେନସନର୍ସମାନଙ୍କ ପେନ୍‌ସନ୍ ନିର୍ଦ୍ଧାରଣ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ।
ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଶାଖା ସଂଘର ସଭାପତି ଓ ସମ୍ପାଦକ ମାନେ ଯଥାକ୍ରମେ କୁପାରୀର ପ୍ରଫୁଲ୍ଲ ବେହେରା, ଶତୃଘ୍ନ ଦାସ, ଜଳେଶ୍ୱରର କପିଳେଶ୍ୱର ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ଓଝା, ଔପଦାର ରମାକାନ୍ତ ମହାପାତ୍ର, ନିରଞ୍ଜନ ମହାନ୍ତି, ଖଇରାର ଅରୁଣ ସ୍ୱାଇଁ, ସିମୁଳିଆର ଶରତ ଚନ୍ଦ୍ର ବାରିକ, ଅର୍ଜ୍ଜୁନ ଜେନା, ଉତ୍ତର ରେମୁଣାର ଯୋଗେନ୍ଦ୍ର ସିଂହ, ଉତ୍ତର ଭୋଗରାଇର ବସନ୍ତ ଦାସ, ରାଧାନାଥ ଦାସ, ବାହାନଗାର କୃତ୍ତିବାସ ବେଜ, ପ୍ରବାସ ରଞ୍ଜନ ନାୟକ, ରେମୁଣାର ପ୍ରତିନିଧି ସନ୍ତୋଷ ବେହେରା, ବ୍ରହ୍ମପୁରର ରବିନାରାୟଣ ଚୌଧୁରୀ, ପ୍ରଫୁଲ୍ଲ ରାଉତ, ସୋରର ନବ କିଶୋର ଦାସ, ଦାମୋଦର ଦାଶମହାପାତ୍ର ଓ ବସ୍ତାର କୁମୁଦ ରଞ୍ଜନ ଗିରି ଯୋଗଦେଇ ସେମାନଙ୍କ ସଂଗଠନର ସ୍ଥିତି, କାର୍ଯ୍ୟକ୍ରମର ସୂଚନା ଦେବା ସହିତ ଜିଲ୍ଲା ସଂଘର ଦିଗଦର୍ଶନ ଓ କାର୍ଯ୍ୟାବଳୀର ପ୍ରଶଂସା କରିଥିଲେ। ସଂଗଠନର ଉନ୍ନତି ଓ ପେନସନର୍ସମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ମତ ଦେଇଥିଲେ। ଜିଲ୍ଲା ସଂଘର ଉପଦେଷ୍ଟା ବସନ୍ତ ନାୟକ, ଜ୍ଞାନେନ୍ଦ୍ର ସାହୁ ଓ ଗୌରପ୍ରିୟ ମିଶ୍ରଙ୍କ ସହିତ କର୍ଯ୍ୟକାରୀ ସମିତିର ସଦସ୍ୟ ସଞ୍ଜୟ ପଣ୍ଡା, ଭବେଶ ପଣ୍ଡା, ଜ୍ୟୋତ୍ସ୍ନା ରାୟ, ଗୀତାଞ୍ଜଳି ଶତପଥୀ, ପ୍ରଣିତା ମିଶ୍ର, ହିରଣ୍ମୟୀ ମହାନ୍ତି, ନିଆସି ଜେନା, ଅଜୟ ନାୟକ, ସତ୍ୟନାରାୟଣ ନାୟକ, ଦିଲ୍ଲୀପ ଚକ୍ରବର୍ତ୍ତୀ, ସୁରେନ୍ଦ୍ର ନାୟକ, ରବିନାରାୟଣ ବେହେରା ବୈଠକରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପୁରୁଷୋତ୍ତମ ବେହେରା ସହଯୋଗ କରିଥିଲେ। ଉପସଭାପତି ଦେବେନ୍ଦ୍ର ଚୌଧୁରୀ ସଂଘୀୟ ଏକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଶାଖା ସଂଘ ଓ ଜିଲ୍ଲା ସଂଘର କର୍ମକର୍ତ୍ତା ଓ ଜିଲ୍ଲା କାର୍ଯ୍ୟକାରୀ ସମିତିର ସଦସ୍ୟ ସଦସ୍ୟାମାନଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ