୧୨୯ ଟି ଅଭିଯୋଗର ଶୁଣାଣୀ କଲେ ଅତିରିକ୍ତ ଜିଲ୍ଲାପାଳ

ଛତ୍ରପୁର (ଓ୍ବାଇଏନଏସ) : ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷଠାରେ ସୋମବାର ଦିନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଜନସାଧାରଣମାନେ ଏହି ଶୁଣାଣୀରେ ଯୋଗ ଦେଇ ସେମାନଙ୍କ ଅଭିଯୋଗ ଗୁଡିକ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଭେଟି ଅବଗତ କରାଇଛନ୍ତି। ମୁଖ୍ୟତଃ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ସୁଭଦ୍ରା, ପାନୀୟ ଜଳ ସମସ୍ୟା, ଗୃହ ଯୋଗାଇବା, ରାସନ କାର୍ଡ ଭଳି ବିଭିନ୍ନ ସାମୁହିକ ଅଭିଯୋଗ ଗୁଡ଼ିକ ଦେଖିବାକୁ ମିଳିଛି।  ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା ଉପସ୍ଥିତ ରହି ମୋଟ ୧୨୯ଟି ଅଭିଯୋଗର ଶୁଣାଣୀ କରିଥିଲେ। ସେଥି ମଧ୍ୟରୁ ୧୨୧ଟି ବ୍ୟକ୍ତିଗତ ହୋଇଥିବା ବେଳେ ୮ ଟି ସାମୁହିକ ଅଭିଯୋଗ ରହିଛି। କେତେକ ଅଭିଯୋଗ ଗୁଡ଼ିକର ଆଶୁ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗ ଗୁଡ଼ିକର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ  ଜଣେ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ  ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ତାହା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ନିମନ୍ତେ ୨ ଜଣକ ଦରଖାସ୍ତ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଣେ ଦିବ୍ୟାଙ୍ଗଙ୍କୁ ମଧ୍ୟ ଟ୍ରାଈ ସାଇକେଲ ପ୍ରଦାନ କରାଯାଇଥିଲା। ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦ ର   ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା ଓ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ