‘ସହାୟକ’ର ମାସିକିଆ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା): ଜନକଲ୍ୟାଣକାରୀ ସଂଗଠନ ‘ସହାୟକ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗୃହରେ ଡଃ. କ୍ଷିତୀଶ୍ୱର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଇଂ. ଡ. ହୃଷିକେଶ ସାହୁ ବିବରଣୀ ପାଠ କରି ଉକ୍ତ ସଂଗଠନର ଦୀର୍ଘ ୨୦ ବର୍ଷ ଧରି କରିଥିବା କାର୍ଯ୍ୟକ୍ରମର ଉପକାର ସମ୍ବନ୍ଧରେ କହିଥିଲେ। କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ। ଏପ୍ରିଲ ପହିଲାରୁ ଜୁନ ୧୫ ପର୍ଯ୍ୟନ୍ତ ସଂଗଠନ ପକ୍ଷରୁ ତୃଷାର୍ତ୍ତଙ୍କୁ ଜଳଦାନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ‘ସହାୟକ’ ଓ ଅବସରପ୍ରାପ୍ତ ୨୫ଜଣ ସଭ୍ୟଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜୁଲାଇ ମାସରେ ହଳଦୀପଦା ଆଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପାଦକ ସୂଚନା ଦେଇଥିଲେ। ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ‘ସହାୟକ’ ତରଫରୁ ସହାୟତା କରିବା ଓ ଚଳିତ ରାକ୍ଷୀପୂର୍ଣ୍ଣିମାରେ କୁରୁଡ଼ାସ୍ଥିତ ଗୋଶାଳାରେ ସଂଗଠନ ତରଫରୁ ସେମାନଙ୍କୁ ସେବା କରିବା ପାଇଁ ସ୍ଥିର ହେଲା। ବରିଷ୍ଠ ଉପଦେଷ୍ଟା ଇଂ. ବନମାଳୀ ନାୟକ, ଦିବାକର ମହାପାତ୍ର, ଇଂ. ସୁରେନ୍ଦ୍ରନାଥ ଦାସ, ଇଂ. ସୁରେନ୍ଦ୍ର ପ୍ରସାଦ ନାୟକ, ଅକ୍ଷୟ କୁମାର ତ୍ରିପାଠୀ, ଶରତ କୁମର ବିଶ୍ୱାଳ, ରବୀନ୍ଦ୍ରନାଥ ଗିରି, ଗଙ୍ଗାଧର ପୃଷ୍ଟି, ଅକ୍ଷୟ କୁମାର କର, ଦୟାନିଧି ମହାପାତ୍ର, ବିଜୟ କୁମାର ମହାପାତ୍ର, ଲକ୍ଷ୍ମଣ ଚରଣ ବିଶ୍ୱାଳ, କେଶବ ଚନ୍ଦ୍ର ମହାନ୍ତି, ଡ. ତାରାକାନ୍ତ ନନ୍ଦ, ନିରଞ୍ଜନ ପରିଡ଼ା, ଭବେଶ ଚନ୍ଦ୍ର ପଣ୍ଡା, କାମିନୀକାନ୍ତ ପାଢ଼ୀ, ଦାମୋଦର ନାୟକ, ଇଂ ଗୌରାଙ୍ଗ ସାହୁ, ବସନ୍ତ ନାୟକ, କଲ୍ୟାଣୀ ନନ୍ଦ, ପ୍ରତିମା ପଣ୍ଡା, ସାବିତ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜର ମତ ପ୍ରଦାନ କରିଥିଲେ। ଶେଷରେ ଉପସଭାନେତ୍ରୀ ଅମିତା ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


