ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟ କଂଗ୍ରେସର ଦାବି

ଧାମନଗର (ଓ୍ବାଇଏନଏସ): ରାଜ୍ୟ କଂଗ୍ରେସର ପିସିସି ରିଲିଫ୍ ଟିମ୍ ଶନିବାର ଧାମନଗର ବ୍ଲକର ବନ୍ୟାପ୍ରଭାବିତ ଅଞ୍ଚଳ ତଥା ଦଳାଙ୍ଗ,ପଧାନୀ ଓ କଟସାହି ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ବନ୍ୟାଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିଛି। ଟିମ୍ ସଦସ୍ୟମାନେ ବନ୍ୟାରେ ନଷ୍ଟ ହୋଇଥିବା ଧାନ ଓ ପନିପରିବା ଚାଷ ବୁଲି ଦେଖିବା ସହ ପୀଡ଼ିତ ପରିବାରଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ। ଫତେପୁର ଗ୍ରାମରେ ବନ୍ୟା ପାଣିରେ ପ୍ରାଣ ହରାଇଥିବା ୭ ବର୍ଷୀୟା ଜ୍ୟୋତି ସାହୁଙ୍କ ପରିବାରକୁ ଭେଟି ସମବେଦନା ମଧ୍ୟ ଜଣାଇଥିଲେ। ଏହି ଅବସରରେ ପିସିସି ରିଲିଫ୍ ଟିମ୍ ପକ୍ଷରୁ ବନ୍ୟାପୀଡ଼ିତଙ୍କୁ ପର୍ଯ୍ୟାପ୍ତ ରିଲିଫ୍ ସାମଗ୍ରୀ,ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ,ପଶୁଙ୍କ ପାଇଁ ଗୋଖାଦ୍ୟ ବ୍ୟବସ୍ଥା,କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ସହାୟତା,ଫସଲ କ୍ଷୟକ୍ଷତିର ଆକଳନ କରି ଶୀଘ୍ର କ୍ଷତିପୂରଣ ପ୍ରଦାନ ଏବଂ ଭାଙ୍ଗିଯାଇଥିବା ନଦୀବନ୍ଧର ତୁରନ୍ତ ମରାମତି ଦାବି କରାଯାଇଥିଲା। ଏଥିସହ ରିଲିଫ୍ ବଣ୍ଟନରେ କୌଣସି ପ୍ରକାର ଦଳୀୟ ଭେଦଭାବ ନ କରିବାକୁ ଟିମ୍ ଆହ୍ୱାନ ଦେଇଥିଲା। ପରିଦର୍ଶନ ଶେଷରେ ଟିମ୍ ସଦସ୍ୟମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ବନ୍ୟା ସ୍ଥିତି ଓ ପୀଡ଼ିତାଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବନ୍ୟା ପରିଦର୍ଶନ କାର୍ଯ୍ୟକ୍ରମରେ ବାସୁଦେବପୁର ବିଧାୟକ ତଥା ପିସିସି ରିଲିଫ୍ କମିଟି ଅଧ୍ୟକ୍ଷ ଅଶୋକ କୁମାର ଦାସ, ଅଲ୍ ଇଣ୍ଡିଆ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ନରେନ୍ଦ୍ର କୁମାର ଭାଟି,ପିସିସି ରିଲିଫ୍ ଟିମ୍ ସଦସ୍ୟ ଜୟଶ୍ରୀ ମହାନ୍ତି ଓ ଦେବେନ୍ଦ୍ର ମହାନ୍ତି,ଜିଲ୍ଲା ଉପସଭାପତି ଅଭିଷେକ ରାଉତଙ୍କ ସମେତ ଧାମନଗର ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ନାୟକ,ନଗର ସଭାପତି ପ୍ରମୋଦ କୁମାର ସ୍ୱାଇଁ,କଂଗ୍ରେସ ନେତା ବିଦ୍ୟାଧର ଜେନା,ହୃଦାନନ୍ଦ ସେଠୀ,ସଞ୍ଜୟ କୁମାର ମିଶ୍ର,ମାନସ ମହାପାତ୍ର,ପ୍ରଶନ୍ନ ଧଳ,ରବୀନ୍ଦ୍ର ବେହେରା,ନିମାଇଁ ଚରଣ ଜେନା,ନିରାକାର ଧଳ,ଦୁର୍ଯ୍ୟଧନ ସାହୁ,ଶିଶିର କୁମାର ଦେବତା,ପ୍ରଭାତ ପଣ୍ଡା,ଅଜିତ ପଣ୍ଡା,ତ୍ରିଲୋଚନ ରାଉତ,ଅଭୟ ରାଉତ,କୃଷ୍ଣ ଚନ୍ଦ୍ର ଦାସଙ୍କ ସମେତ ଅନ୍ୟ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇ ବନ୍ୟାପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ