ଖଟିଆରେ ଭାଲିଆ ନାଳ ପାର ହେଲେ ରୋଗୀ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କେ ବାଲିପାଳ ମଲ୍ଲିପସି ଗ୍ରାମବାସୀଙ୍କ ପାଇଁ ବିପଦ ସାଜିଛି ଭାଲିଆ ନାଳ, ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଟିଏ ଯାଇ ପାରୁନି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସୋମବାର ରାତିରେ ଗ୍ରାମର ବିଭୀଷଣ ନାଏକ ଅସୁସ୍ଥ ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଡାକିଥିଲେ। ମାତ୍ର ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇ ପାରି ନଥିଲା। ନାଳ ଏପଟରୁ ଆମ୍ବୁଲାନ୍ସ ରହିବାରୁ ଗ୍ରାମବାସୀ ରୋଗୀ ବିଭୀଷଣ ଙ୍କୁ ଖଟିଆରେ ଟେକି ଟେକି ବିଳମ୍ବିତ ରାତିରେ ଭାଲିଆ ନାଳ ପାର କରିବା ପରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇ ଥିବା ପରିବାର ଲୋକେ କହିଛନ୍ତି। ଭାଲିଆ ନାଳ ଉପରେ ପୋଲ ନିର୍ମାଣ ପାଇଁ ଅନୁଦାନ ମିଳିଥିଲେ ମଧ୍ୟ ଜଙ୍ଗଲ ବିଭାଗ ଅନୁମତି ମିଳୁ ନଥିବାରୁ ପୋଲ ନିର୍ମାଣ ହୋଇ ପାରୁନି।


