ଅଧିକ ଗୋଖାଦ୍ୟ ଯୋଗାଇବାକୁ ଦାବି

ବରୀ,(ଚୈତନ୍ୟ ଜେନା) : ବରୀ ଅଂଚଳରେ ଅନେକ ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ମାତ୍ର ବନ୍ୟା ୫ ଦିନ ରୁ ଉର୍ଦ୍ଧ୍ବ ସମୟ ଧରି ଛାଡି ଚାଷଜମି ଓ ଗୋଚରରେ ଭରି ରହିଥିବାରୁ ଗୃହପାଳିତ ପ୍ରାଣୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ମୁତାବକ ସରକାରୀ ତାଲିକା ଅନୁଯାୟୀ ୨୭,୮୯୦ ଗୃହ ପାଳିତ ପ୍ରାଣୀ ପ୍ରଭାବିତ ହୋଇଥିବା ବ୍ଲକ ପଶୁ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ମାତ୍ର ବାସ୍ତବ ପକ୍ଷେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ପ୍ରାଣୀଙ୍କ ସଂଖ୍ୟା ଅଧିକା ରହିବା ଓ ବନ୍ୟାଜଳ ନ କମିବା ଯୋଗୁଁ ଗୃହପାଳିତ ପ୍ରାଣୀ ମାନେ ଘରେ ବନ୍ଧା ହୋଇ ରହିଥିବାରୁ ସେମାନଙ୍କ ପାଇଁ ଅଧିକ ଖାଦ୍ୟ ସାମଗ୍ରୀର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ ଦାବି କରୁଛନ୍ତି। ବିଶେଷ କରି ବରୀର ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ମନ୍ଥନ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏ ବିଷୟରେ ବରୀ ପ୍ରାଣୀଧନ ଚିକିତ୍ସକ ଭକ୍ତ ଚରଣ ସେଠୀ କହିଛନ୍ତି ବରୀ ବ୍ଲକକୁ ୫୫ ମେଟ୍ରିକ ଟନ ଗୋ ଖାଦ୍ୟ ଆସିଥିଲା ଯାହାକି ବିଭାଗର କର୍ମଚାରୀ ମାନଙ୍କ ସହାୟତାରେ ସୁଚାରୁ ରୁପେ ବଣ୍ଟନ କରାଯାଇଛି। ଆବଶ୍ୟକତାକୁ ଆଖି ଆଗରେ ରଖି ଅଧିକ ପରିମାଣର ଗୋଖାଦ୍ୟ ଯୋଗାଇ ଦେବାକୁ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ