ପାହାଡ଼ୀ ଅଦା ଓ କଳା ହଳଦୀର ଅଭାବୀ ବିକ୍ରି

କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): ଔଷଧୟ ଭରା ବୃକ୍ଷ ନିୟମଗିରି ପାହାଡ଼ରେ ଭିନ୍ନ ଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ଲତା ଓ ଗଛ ରହିଥିବାରୁ ସେଠାକାର ଜନଜାତି ପ୍ରାୟତଃ ଚେର ମୂଳ ଗଛ ଲତାକୁ ନେଉ ବଞ୍ଚିଛନ୍ତି କହିଲେ ଭୁଲ ହେବନାହିଁ। ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ବିରାଟ ବକ୍ସାଇଡ ପାହାଡ଼। ଏହି ପାହାଡ଼କୁ ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କ ଦୃଷ୍ଟିରୁ ହଟି ନାହିଁ ଆଜିଯାଏ। ନିୟମ ରାଜା ଔଷଧୟୀ ବୃକ୍ଷ ପାହାଡିଆ ଝରଣା କୁ ନେଇ ଆଦିମ ଜନଜାତି ଡଙ୍ଗରିଆ ଝରଣିଆ ଲୋକେ ଆଜି ଯାଏ ବଞ୍ଚି ରହିଛନ୍ତି। ବିଶେଷ କରି ହଳଦୀ ଓ ଅଦାକୁ ନେଇ ଚର୍ଚ୍ଚିତ ସାରା ଦେଶରେ।ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନିୟମଗିରି ପାହାଡ଼ିଆ ତଥା ପ୍ରାକୃତିକ ପରିବେଶ ଜୈବିକ ହଳଦୀ ଓ କଳା ଅଦା ଚାଷ ପାଇଁ ସାରା ଦେଶ ଓ ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶେଷ କରିଜିଲ୍ଲାର ନିୟମଗିରି ପାର୍ବତ୍ୟାଞ୍ଚଳ। ଚାଷ ହେଉଥିବା ପ୍ରସିଦ୍ଧ ପାହାଡ଼ିଆ ହଳଦୀ ଏବଂ ଅଦା ସମଗ୍ର ନିୟମଗିରି ଅଞ୍ଚଳରେ ଉତ୍ପାଦିତ ହେଉଥିବା ଉଚ୍ଚମାନର ହଳଦୀ ଓ ଅଦା ପାଇଁ ଏହି ଅଞ୍ଚଳ ବେଶ ପରିଚିତ। ସରକାରୀ ସୂତ୍ର ଅନୁଯାୟୀ ମୁନିଗୁଡା, କଲ୍ୟାଣସିଂହପୁର ଓ ବିଷମକଟକ ପ୍ରାୟ ଶତାଧିକ ହେକ୍ଟରରୁ ଅଧିକ ପାହାଡିଆ ଜମିରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଏହି ହଳଦୀ ଓ ଅଦା ଚାଷ କରାଯାଉଛି। ଏହି ପାହାଡ଼ିଆ ଅଦା ଓ ହଳଦୀର ସ୍ବତନ୍ତ୍ରତା ହେଉଛି ଏଥିରେ ଥିବା ପ୍ରଚୁର ପରିମାଣର ଔଷଧୀୟ ଗୁଣ ଏବଂ ଉନ୍ନତ ରଙ୍ଗ। କୌଣସି ରାସାୟନିକ ସାର ବ୍ୟବହାର ନ କରି ପାରମ୍ପରିକ ନିୟମ ଅନୁଯାଇ ଖତ ପ୍ରୟୋଗ ଦ୍ଵାରା ଚାଷ କରା ଯାଉଥିବାରୁ ଏହାର ଔଷଧୀୟ ଗୁଣ ଅତ୍ୟନ୍ତ ଉଚ୍ଚକୋଟୀର।କର୍କଟ ରୋଗ ପ୍ରତିରୋଧକ,ଜ୍ୱର କଫ କାଶ ମେଲେରିଆ ଜଳା ପୋଡା କାମରେ ଆସୁଥିବାରୁ ଲୋକେ ପ୍ରଚର ମାତ୍ରାରେ କ୍ରୟ କରୁଛନ୍ତି।ହଳଦୀର ଓ ଅଦା ଜାତୀୟ ସ୍ତରରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆନ୍ତର୍ଜାତୀୟ ବଜାରରେ ବହୁ ଚାହିଦା ରହିଛି। ପ୍ରତିବର୍ଷ ଏହି ଅଞ୍ଚଳରୁ ପ୍ରାୟ ଟନ ଟନ ମାତ୍ରାରେ ଅମଳ ହୋଇଥିବାରୁ ଫାଇଦା ସ୍ଥାନୀୟ ଦଙ୍ଗରିଆ ମାନେ ଚାଷ କରି ବଜାର ଅଭାବ ଥିବାରୁ ବାହାର ରାଜ୍ୟକୁ ଦଲାଲ ମାନେ ବିକ୍ରି କରିଦେଉଥିବା ପ୍ରକାଶ କରିଛନ୍ତି। ବଜାର ବ୍ୟବସ୍ଥା ଓ ସରକାରୀ କ୍ରୟ କେନ୍ଦ୍ରର ନଥିବାରୁ ବାହାର ରାଜ୍ୟକୁ ବ୍ୟବସାୟୀମାନେ କମ ମୂଲ୍ୟରେ କିଣି ଅଧିକ ମୂଲ୍ୟରେ ଶହେ ଟଙ୍କାରେ ହଳଦୀକୁ ଦରରେ ଓ ଅଦାକୁ ୭୦ ରୁ ୮୦ ଟଙ୍କାରେ କିଲୋ ପିଛା ଛତିଶଗଡ଼,ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା, ପଶ୍ଚିମ ବଙ୍ଗରେ ବିକ୍ରି କରୁଛନ୍ତି। ସେଠାରେ ଏହି ହଳଦୀ ଓ ଅଦାକୁ ପ୍ରକ୍ରିୟାକରଣ କରାଯାଇ ଆକର୍ଷଣୀୟ ପ୍ୟାକେଜିଂ ସହ ପୁନର୍ବାର ଓଡ଼ିଶା ବଜାରକୁ ଅଣାଯାଉଛି ଏବଂ ଏଠାରେ ଉଚ୍ଚ ଦରରେ ବିକ୍ରି କରାଯାଉଛି।ଚାଷୀଟି ଦିନରାତି ପରିଶ୍ରମ କରି ମଧ୍ୟ ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା ବେଳେ ମଧ୍ୟସ୍ଥି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ପ୍ରକୃତ ଚାଷର ହାତ ଖାଲି ପଡିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଡିକେଡିଏ କିମ୍ବା ଓରମାସ ସରକାରୀ ସ୍ତରରେ ହଳଦୀ ଓ ଅଦା କରିବା ଏବଂ ପ୍ୟାକେଜିଂ ପାଇଁ ଲଘୁ ବନ ଜନ ଧନ ଯୋଜନା କେବଳ ଯୋଜନାରେ ରହିଗଲା କହିଲେ ଭୁଲ ହେବ ନାହିଁ।ଓରମାସ କିମ୍ବା ମାର୍କଫେଡ୍ ଜରିଆରେ ଚାଷୀଙ୍କଠାରୁ ସିଧାସଳଖ ଉଚିତ ମୂଲ୍ୟରେ କଳା ହଳଦୀ ଓ ଅଦା କିଣା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦାବୀ କରି ନୟନ୍ତ ହୋଇ ଗଲେଣି। ସୀମାନ୍ତ ଅଞ୍ଚଳରେ କଞ୍ଚା ହଳଦୀ ଅଦାର ବାହାର ଚାଲାଣ ଉପରେ ପ୍ରଶାସନିକ କଟକଣା କରି ଚାଷୀଙ୍କ ପକ୍ଷରୁ ହଳଦୀ ଓ ଅଦା କ୍ରୟ କରିବାକୁ ଅଭିଯୋଗ ହୋଇଛି। ଚାଷୀଙ୍କୁ ବଜାର ସୁବିଧା ସହିତ ଉନ୍ନତ ଜ୍ଞାନ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ମିଳିଲେ ରାୟଗଡ଼ାର ନିୟମଗିରି ପାହାଡ଼ର ଜୈବିକ ହଳଦୀ ଓ ଅଦା ସେମାନଙ୍କ ଆର୍ଥିକ ସମସ୍ୟା ବଦଳାଇ ଦେଇପାରନ୍ତା ।ସରକାରଙ୍କ ଦ୍ୱାରା ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରା ଯାଉଛି ଅଥଚ ନିୟମଗିରି ଡଙ୍ଗରିଆ ଜୀବନ ଶୈଳୀରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ହୋଇ ପାରୁନି। ଯଦି ସରକାର ଏମାନଙ୍କ ପାଇଁ ନୂତନ ପଦକ୍ଷେପ ଗ୍ରହଣ କଲେ ବିକାଶର ଦ୍ୱାର ଫିଟି ପାରିବ ବୋଲି ଆଶା କରାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ