ଦେବୀଦୋଳ-ମୁଣ୍ଡାଳ ରାସ୍ତା ଉପରେ ଗଛ ପଡି ୭ ଘଂଟା ରାସ୍ତା ଅବରୋଧ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଦେବୀଦୋଳ-ମୁଣ୍ଡାଳ ରାସ୍ତାର ଗଜରାଜପୁର ପଂଚାୟତ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିରାଟ ଚାକୁଣ୍ଡା ଗଛ ଉପୁଡି ପଡିଥିଲା। ଯାହାଫଳରେ ଦେବୀଦୋଳରୁ ମୁଣ୍ଡାଳକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାଟି ଦୀର୍ଘ ୭ ଘଂଟା ଯିବା ଆସିବା ଠପ୍ ହୋଇଯାଇଥିଲା। ଗ୍ରାମର ପୂର୍ବତନ ସରପଂଚ ଆର୍ତତ୍ରାଣ ଦାସ,ତୋଫାନ ଦାସ ଆଦି ଅଗ୍ନିଶମ ବାହିନୀ କେନ୍ଦ୍ରକୁ ଖବର ଦେଇଥିଲେ। କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଗଛଟିକୁ କାଟି ରାସ୍ତାକୁ ସଫା କରିଥିଲେ। ଏହି କାର୍ଯ୍ୟରେ ଗ୍ରାମବାସୀମାନେ ସାହାଯ୍ୟ କରିଥିଲେ।


