ବିଭିନ୍ନ ଦାବି ନେଇ ସଂଯୁକ୍ତ କୃଷକ ସଂଗଠନର ଖବରଦାତା ସମ୍ମିଳନୀ

ବରଗଡ଼,(ତୁଳସୀ ଚରଣ ଦାଶ):ଯୁବକ ସଂଘ ଠାରେ ସରକାର ଙ୍କୁ ବିଭିନ୍ନ ଦାବି ଜଣାଇ ତାର ସମାଧାନ ପାଇଁ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏହି ପ୍ରେସ ବାର୍ତ୍ତା ସମୟରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ, ଅଜୀତ ଶତପଥୀ, ରମେଶ ମହାପାତ୍ର, ସୁଦାମ ପାତ୍ର, ଭୁବନ ପଧାନ, ରବିଶଙ୍କର ପଧାନ, ଥବିର ସାହୁ, ଟେକରାଜ ପଧାନ, କିଶୋର ସାହୁ, ବୀରବଳ ମହାକୁଡ଼, ସୁରେନ୍ଦ୍ର ସାହୁ ଏବଂ ସୁବ୍ରତ ପଧାନ ମଞ୍ଚାସିନ ଥିଲେ। ସେମାନଙ୍କ କହିବା ଅନୁସାରେ ଆପଣ ଜାଣନ୍ତି ଭାରତ ଏକ କୃଷିପ୍ରଧାନ ଦେଶ ଏଟେ। ଏହି ଦେଶର ସର୍ବାଧିକ ନାଗରିକ କୃଷି ଅର୍ଥନୀତି ଉପରେ ନିର୍ଭରଶୀଳ ଅଟନ୍ତି। କିନ୍ତୁ ସରକାରମାନେ ବାରମ୍ବାର କୃଷି କ୍ଷେତ୍ରକୁ ବହୁ ରାଷ୍ଟ୍ରୀୟ କମ୍ପାନୀ ହାତରେ ଟେକିଦେବା ମସୁଧା ଚଳାଇଛନ୍ତି। ଯଦି କୃଷି କ୍ଷେତ୍ର କମ୍ପାନୀ କରଣ ହୋଇଯାଏ ତାହାହେଲେ ଏତେ ସଂଖ୍ୟକ ଲୋକ କେଉଁଠି ରୋଜଗାର ପାଇବେ ଏଣୁ କୃଷି କ୍ଷେତ୍ରକୁ କମ୍ପାନୀ କରଣ କରା ନ ଯିବା ସହିତ କୃଷକର ଉନ୍ନତି ପାଇଁ ସରକାରମାନେ ବଦ୍ଧପରିକର ହେବା ଏପରିହାର୍ଯ୍ୟ ଅଟେ।ପରାଧୀନ ଭାରତର ଭାରତ ଛାଡ଼ ଆନ୍ଦୋଳନ (୯ ଅଗଷ୍ଟ କ୍ରାନ୍ତି ଦିବସ ) ମହତ୍ୱକୁ ମାନେ ପକାଇ ୮୪ ତମ ବାର୍ଷିକ ଅବସରରେ ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ ସାରା ଦେଶରେ ପ୍ରାୟ ୧୦୦୦ ଟି ସ୍ଥାନରେ ଜେଲ ଭରୋ, ରେଳ ରୋକ, ରାସ୍ତା ରୋକୋ ବିଭିନ୍ନ ପ୍ରତିରୋଧ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଅଛି। ଆମେ ମଧ୍ୟ ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ଜିଲ୍ଲାର ଏସପି ଓ ଏସଡିପିଓ ପଦ୍ମପୁର ଓ ଅତାବିରା ପୋଲିସ ଷ୍ଟେସନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗିରଫ ଦାରୀ ଦେବେ। ତାଙ୍କର ପ୍ରମୁଖ ଦାବୀ ଗୁଡ଼ି ମଧ୍ୟରେ ଦୁଇପାକ୍ଷିକ ଆମେରିକା ଏବଂ ଭାରତ ଡିଲ ରଦ କରାଯାଉ। ସ୍ୱାମୀନାଥନ କମିଟି ଅନୁସାରେ କୃଷିଜାତ ଦ୍ରବ୍ୟର ମୂଲ୍ୟ ଠିକ କରାଯାଇ ସୁନିଶ୍ଚିତ ବଜାର ବ୍ୟବସ୍ଥା କରାଯାଉ। ସମସ୍ତ ଚାଷୀଙ୍କ ଋଣ ଛାଡ଼ କରାଯାଉ। ସମସ୍ତ ଚାଷୀଙ୍କୁ ଆବଶ୍ୟକ ଅନୁସାରେ ସବସିଟି ଯୁକ୍ତ ରାସାୟନିକ ସାର ଯୋଗାଇ ଦିଆଯାଉ। ଚାରୋଟି ଜାକ ଶ୍ରମ କୋଡ଼ ରଦ କରି ସମସ୍ତ ଶ୍ରମିକମାନଙ୍କୁ ମାସକୁ ସର୍ବନିମ୍ନ 31 ହଜାର ଟଙ୍କା ଦରମା ସୁନିଶ୍ଚିତ କରାଯାଉ। ପୁଣି ଥରେ ମନରେଗା କାର୍ଯ୍ୟକାରୀ କରି 200 ଦିନ ରୋଜଗାର ଦିଆଯାଉ ଏବଂ ଏହାକୁ କୃଷି କ୍ଷେତ୍ରରେ ଜୁଡ଼ା ଯାଉ, ବିଦ୍ୟୁତ ଘରୋଇ କରଣ ବିଲ 2025 ଏବଂ ବିହନ ବିଲ 2025 ବାତିଲ କରି ସ୍ମାର୍ଟ ମିଟର ହଟାଇ କୃଷି କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ବିଲ କରମୁକ୍ତ ଏବଂ ଘରୋଇ ଉପଭୋକ୍ତା ମାନଙ୍କୁ 300 ୟୁନିଟ ମାଗଣା ଦିଆଯାଉ। ଚାଷ ଜମିକୁ କମ୍ପାନୀ କରଣ କରାନଯାଉ ଏବଂ ଜମି ଅଧିଗ୍ରହଣ ବେଳେ ଚାଷୀମାନଙ୍କ ପରାମର୍ଶ ସୁନିଶ୍ଚିତ କରି ଜୋରଜବରଦସ୍ତି ଜମି ଅଧିଗ୍ରହଣ ବନ୍ଦ କରାଯାଉ।ଜୁଲାଇ ମାସରେ ବରଗଡ଼ ଜିଲ୍ଲାରେ ସର୍ବାଧିକ 1100ଏମଏମ ବର୍ଷା ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଅଛି ଏହାର ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ। ବିଶେଷ କରି ବରଗଡ଼ ବ୍ଲକର ଚକରକେନ୍ଦ ଗ୍ରାମର ଘୁର୍ଣ୍ଣିବଳୟ ଜନିତ କ୍ଷତି ହୋଇଥିବାରୁ ଗ୍ରାମର ସମସ୍ତକୁ ଉଚିତ କ୍ଷତିପୂରଣ ଦିଆଯାଉ। ଚଳିତ ବର୍ଷ ବିଶ୍ୱ ପାଣିପାଗ ବିଭାଗ ତରଫରୁ ପ୍ରଶାନ୍ତ ମହାସାଗରରେ ଜଳବାୟୁ ପରିବର୍ତ୍ତନ କାରଣରୁ ଏଲ- ନିନୋ ବ୍ୟସ୍ପିକ ବିପର୍ଯୟ ଦେଖାଦେବାର ସତର୍କ କରାଯାଇଛି। ଏହାର ଅର୍ଥ ସିଧାସଳଖ ଚାଷ ପ୍ରଭାବିତ ହେବ ହେଲେ ବୀମା ପାଇଁ ଏଗ୍ରିଷ୍ଟେକ ବାଧ୍ୟତାମୂଳକ କାରଣରୁ ଅନେକ ଚାଷୀ ବୀମା ଭୁକ୍ତ ହୋଇ ପାରୁନାହାନ୍ତି, ଏଣୁ ଏହି ଏଗ୍ରିଷ୍ଟେକ ହଟା ଯାଉ। ଚଳିତ ବର୍ଷ ଧାନ ବିକ୍ରି ପଞ୍ଜିକରଣରେ ଏଗ୍ରିଷ୍ଟାକ ବାଧ୍ୟତାମୂଳକ, ଭାଗ ଚାଷୀ ବା ବଂଶୀୟ ଚାଷୀ ଧାନ କାର୍ଡ ପାଇଁ ଉଭୟଙ୍କୁ ଇ – କେୱାଇସି କରାଇବାକୁ ପଡିବ ଏବଂ ଦେବୋତ୍ତର ଜମି ପଞ୍ଜିକରଣ ହୋଇପାରିବ ନାହିଁ ଏଣୁ ମାତ୍ରାଧିକ ଚାଷୀ ନିୟମ ଅନୁସାରେ ପଞ୍ଜିକରଣରୁ ବାଦ ପଡିବେ ଏଣୁ ଏଗ୍ରିଷ୍ଟାକ ହଟାଯାଇ ଚାଷ କରିଥିବା ସମସ୍ତ ଚାଷୀଙ୍କୁ ପଞ୍ଜିକୃତ କରି ଧାନ ସଂଗ୍ରହ କରାଯାଉ। ଚଷୀ ଆଏ ଅନ୍ନ ଦାତା, ଇ ଦେଶର ଭାଗ୍ୟ ବିଧାତା। ଆମେଅଟୁ ଅନ୍ନ ଦାତା, ଆମେଅଟୁ ଭୋଟ ଦାତା, ଆମେଅଟୁ ଟେକ୍ସ ଦାତା ତାହାହେଲେ କାହିଁକି କୃଷକ ମାନଙ୍କୁ ଶୋଷଣ, ଅତ୍ୟାଚାର, ନିର୍ଯାତନା ଏବଂ ଅପମାନିତ କରାଯିବ ଏଣୁ ଆମର ଦାବୀ ପୁରଣ କରି ସରଳ, ନିଷ୍କପଟ, ଅସଂଗଠିତ କୃଷକ ମାନଙ୍କୁ ନ୍ୟାୟ ଦେବାରେ ସହାୟକ ହୁଅନ୍ତୁ ବୋଲି ଦାବୀ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ