ପ୍ରଶାସନର ଅବହେଳା ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ବିଧାୟକ

ବରୀ,(ଚୈତନ୍ୟ ଜେନା) : ଚଳିତ ବର୍ଷର ବନ୍ୟା ବରୀ ଅଞ୍ଚଳକୁ ଯଥେଷ୍ଟ ଭାବରେ ପ୍ରଭାବିତ କରିଛି। କିନ୍ତୁ ସରକାରୀ ସ୍ଥରରେ ଅଦ୍ୟାବଧି ଏହି ବ୍ଲକର ୨୯ ଗୋଟି ପଞ୍ଚାୟତ ମଧ୍ୟରୁ ଚଳିତ ବନ୍ୟା ଯୋଗୁଁ କେଉଁ କେଉଁ ପଞ୍ଚାୟତ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛି ତାହାର ସଠିକ୍ ତଥ୍ୟ ପ୍ରଶାସନ ପାଖରେ ନାହିଁ। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ରାଜ୍ୟ ର ସରକାର ବନ୍ୟା ପ୍ରଭାବିତ କୃଷକ ମାନଙ୍କୁ ସରକାରୀ ନିୟମ ମୁତାବକ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଡିଣ୍ଡିମ ପିଟୁଥିବା ବେଳେ ବନ୍ୟା ଛାଡିବାର ଦୁଇ ସପ୍ତାହ ଅତିକ୍ରମ କରି ଥିଲେ ହେଁ ରାଜସ୍ୱ ବିଭାଗର କୌଣସି ଅଧିକାରୀ କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ଅବସ୍ଥାକୁ ଗୁରୁତ୍ଵ ନଦେବା ଏହା ସରକାରଙ୍କ ପାରିବା ପଣିଆକୁ ପାଦରେ ପକାଇ ଦେଇଛି।  ଅନ୍ୟ ପକ୍ଷରେ ବ୍ଲକ କେତେ ଗୋଟି ପଞ୍ଚାୟତକୁ ବନ୍ୟା ପ୍ରଭାବିତ ବୋଲି ସରକାରୀ ସ୍ତରରେ କୁହା ଯାଉଥିବା ବେଳେ ପ୍ରକୃତ ପକ୍ଷେ ଚଳିତ ବନ୍ୟା ଓ ଅଦିନିଆ ବର୍ଷା ଦ୍ଵାରା ସମସ୍ତ ୨୯ ଗୋଟି ପଞ୍ଚାୟତର ଚାଷ ଜମି କ୍ଷତିଗ୍ରସ୍ଥ ହୋଇଥିବା ବିଧାୟକ ଦାବୀ କରିଛନ୍ତି। ରବିବାର ଦିନ ସ୍ଥାନୀୟ ବରୀ ଜଳ ସମ୍ପଦ ଡାକ ବଙ୍ଗଳା ଠାରେ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ଆଗାମୀ ୭ ଦିନ ମଧ୍ୟରେ ବରୀ ବ୍ଲକର ସମସ୍ତ ପଞ୍ଚାୟତର ଚାଷ ଜନିତ କ୍ଷୟ କ୍ଷତି ଆକଳନ କରି ସେମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆ ନ ଗଲେ ବାଧ୍ୟ ହୋଇ ଆମେ ବରୀ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ବ୍ଲକ ଉପାଧକ୍ଷା ଅର୍ଚ୍ଚନା ମଲିକ, ବିଜେଡି ସଭାପତି କେଦାର ଚନ୍ଦ୍ର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସନ୍ତୋଷ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି, ସମାଜ ସେବୀ ପ୍ରସନ୍ନ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ