ବିଶ୍ଵ ଆଦିବାସୀ ଦିବସ ପାଳିତ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ଆଡମ୍ବରରେ ସହ ବିଶ୍ଵ ଆଦିବାସୀ ଦିବସ ପାଳନ ହୋଇଯାଇଛି। ଏହି ଦିବସରେ ଆଦିବାସୀମାନେ ପ୍ରଥମେ ବିନିପୁର ଶହୀଦ ପୀଠ ରେ ଆଦିବାସୀ ରୀତିନୀତି ଅନୁଯାୟୀ ପୂଜା ପାଠକରି ଆରମ୍ଭ କରିଥିଲେ। ଶହୀଦ ପୀଠ ଠାରୁ ପାରମ୍ପରିକ ଆଦିବାସୀ ସଂସ୍କୃତି ରେ ସଜବାଜ ହୋଇ ନାଚ ଗୀତ ଓ ଆଦିବାସୀଙ୍କ ଅଧିକାରର ବିଭିନ୍ନ ନାରା ଦେଇ ଶହୀଦ ପୀଠ ଠାରୁ ସଭା ଯାତ୍ରା ଆରମ୍ଭକରି କଲ୍ୟାଣସିଂହପୁର ଗ୍ରାମ ପରିକ୍ରମା କରି ରଥ ପଡିଆ ଠାରେ ପହଞ୍ଚି ଥିଲେ। ବ୍ଲକର କନ୍ଧକୁଳ ସମାଜ ପକ୍ଷରୁ କାର୍ଯ୍ୟ କ୍ରମ ଆୟୋଜନ କରାଯାଇଥିଲା। ସେହି ଠାରେ ଆଦିବାସୀଙ୍କ ମୁଖିଆ ମାନଙ୍କୁ ମଞ୍ଚାସିନ କରାଯାଇଥିଲା। ମଞ୍ଚ ରେ ମୁଖ୍ୟ ଅତିଥି ବିଧାୟକ ବିଷମ କଟକ ନିର୍ବାଚନ ମଣ୍ଡଳୀ ନୀଳମାଧବ ହିକକା,ପୂର୍ବତନ ସାଂସଦ କୋରାପୁଟ ଜୟରାମ ପାଙ୍ଗି ସମ୍ମାନୀୟ ଅତିଥି କନ୍ଧ କୂଳ ସମାଜ ସଭାପତି ଜୋଗେନ୍ଦ୍ର ୱାଡାକା,ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଙ୍ଘ ସଭାନେତ୍ରୀ ଲକ୍ଷ୍ମୀ ପ୍ରସ୍କା,ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସଂଯୋଜକ ଦୀନବନ୍ଧୁ ହୁଇକା, ଉପସଭାପତି କନ୍ଧକୂଳ ସମାଜ ଧନସିଂ ତିମାକା ଓ ସରପଞ୍ଚ କଲ୍ୟାଣସିଂହପୁର ପଞ୍ଚାୟତ ବାର୍ଲି ଗୌତମ,କଲ୍ୟାଣ ସିଂହପୁର ଥାନା ଅଧିକାରୀ ଅଜିତ ପରିଡା,ସମାଜ ସେବୀ ନିରଞ୍ଜନ ହିମିରିକା,ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସମ୍ପାଦକ ଟିବୁ ଶାରାକା, କଲ୍ୟାଣସିଂହପୁର ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ମଞ୍ଚାସିନ ରହିଥିଲେ। ପ୍ରଥମେ ମଞ୍ଚାସିନ ଅତିଥିଙ୍କୁ ଉତରୀୟ ଦେଇ ସମ୍ମାନିତ କରିବା ପରେ ଅତିଥି ମାନେ ଅବିଭାଷଣ ରେ ଆଦିବାସୀ ଙ୍କ ଅଧିକାର ଯଥା ଜଳ,ଜଙ୍ଗଲ,ଜମିନ କିଭଳି ଆଦିବାସିଙ୍କ ଅକ୍ତିଆର ରେ ରହିବ ଏବଂ ଆଦିବାସୀ ମାନଙ୍କୁ କିଭଳି ହସ୍ତାନ୍ତର କରାଯାଇ ପାରିବ ସେ ସମ୍ପର୍କରେ ଅତିଥି ମାନେ ଉପସ୍ଥିତ ଆଦିବାସୀ ମହିଳା ଓ ପୁରୁଷ ମାନଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ। ଆଗମୀ ପିଡ଼ି କିଭଳି ଆଦିବାସୀ ଙ୍କ ସଂସ୍କୃତି ଓ ପରମ୍ପରା ଉପରେ ବଜାୟ ରଖିବ ସେ ସମ୍ପର୍କରେ ମଧ୍ୟ ଅତିଥି ମାନେ ମାର୍ଗଦର୍ଶନ ଦେଇଥିଲେ। ଏହି ବିଶ୍ଵ ଆଦିବାସୀ ଦିବସ ପାଳନ ଅବସରରେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ହଜାରେରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଏକତ୍ରିତ ହୋଇଥିଲେ। ଅତିଥିଙ୍କ ଅବି ଭାଷଣ ପରେ ଆଦିବାସୀଙ୍କ କଳାସଂସ୍କୃତିକୁ ପରିବେଷଣ କରି ଆଗାମୀ ପିଡ଼ିକୁ ମାର୍ଗଦର୍ଶନ ହୋଇ ପାରିବ ବୋଲି ସୂଚନା ଦେଇ ସଭା ସାଙ୍ଗ କରିଥିଲେ।ଏହି କାର୍ଯ୍ୟ କ୍ରମ କୁ ସ୍ଥାନୀୟ ପୁଲିସ ତାଙ୍କ ଦଳ ସହ ସଭାଯାତ୍ରା ଠାରୁ ସଭା ଶେଷ ପର୍ଯ୍ୟନ୍ତ ସହଯୋଗ କରିଥିଲେ । ବିମ୍ବାଧର କାଡ୍ରାକା ଏବଂ ଅଶୋକ ବିଡିକା ମଞ୍ଚ ପରିଚାଳନା କରିଥିଲେ।


